ନୂଆଦିଲ୍ଲୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ତିହାର ଜେଲ୍ ରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସୂଚନା ଦେଇଛନ୍ତି ଜେଲ କର୍ତୃପକ୍ଷ । ଗତ ୧୬ ତାରିଖ ଦିନ ବିନୟ ନିଜ ସେଲରେ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଏଥିରେ ସେ ସାମାନ୍ୟ ଆହତ ହୋଇଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବା ଜେଲ୍ କର୍ତୃପକ୍ଷ କହିଛନ୍ତି । ଏହି ଘଟଣା ପରେ କଡ଼ା ସୁରକ୍ଷାବଳୟ ଓ ତୀକ୍ଷଣ ନଜର ଭିତରେ ବିନୟଙ୍କୁ ତିହାର ଜେଲରେ ରଖାଯାଇଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଆସନ୍ତା ମାର୍ଚ୍ଚ ୩ ତାରିଖରେ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶି ଦେବା ନେଇ ଦିଲ୍ଲୀ ପଟିଆଲା କୋର୍ଟ ତୃତୀୟ ଥର ଡେଥ୍ ୱାରେଂଟ ଜାରି କରିଛନ୍ତି ।