ଭୁବନେଶ୍ୱର-ମୋଦିିିଜୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଆଗରୁ ଦେଶରେ ପପୁଲିସ୍ଟ ବା ଲୋକପ୍ରିୟ ବଜେଟ ତିଆରି ପରମ୍ପରା ଥିଲା । ପାଣ୍ଠି ଥାଉ କିମ୍ବା ନଥାଉ, ଲୋକପ୍ରିୟ ହେବା ଉଦେଶ୍ୟରେ ବିଭିନ୍ନ ଯୋଜନା ଆଣି ସରକାରମାନେ ମତଦାତାଙ୍କୁ ଖୁସି କରିବାର ଗୋଟିଏ ଧାରା ଚାଲି ଆସୁଥିଲା । ମୋଦିଙ୍କ ନେତୃତ୍ୱରେ ଦେଶର ଭବିଷ୍ୟତକୁ ଆଖି ଆଗରେ ରଖି ଦୂରଦୃଷ୍ଟି ସମ୍ପନ୍ନ ବଜେଟ ଉପରେ ଗୁରୁତ୍ୱ ଦିଆଯୀଉଛି । ଆଗାମି ୧୦ ବର୍ଷରେ ଭାରତ ଦୃତ ପ୍ରଗତି କରିବ । ଭୁବନେଶ୍ୱରର ଇନ୍ଷ୍ଟିଚ୍ୟୁଟ ଅଫ ଇଞ୍ଜିନିଅର୍ସ ଠାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ର ବଜେଟ ସମ୍ପର୍କୀତ ଏକ ଆଲୋଚନାଚକ୍ରରେ ବରିଷ୍ଠ ବିଜେପି ନେତା ରାମ ମାଧବ ଏକଥା କହିଛନ୍ତି ।
ଓଡିଶା ସନ୍ଦର୍ଭରେ ସେ କହିଥିଲେ, ଓଡିଶାରେ ଦ୍ରୁତ ଅର୍ଥନୈତିକ ଉନ୍ନତିର ଯଥେଷ୍ଟ ସମ୍ଭାବନା ଅଛି । ତେବେ ରାଜ୍ୟ ସରକାର କେନ୍ଦ୍ରରୁ ଆସୁଥିବା ସହାୟତାର ସଦୁପଯୋଗ କରିପାରୁ ନାହାନ୍ତି । ଅନେକ କ୍ଷେତ୍ରେରେ କେନ୍ଦ୍ରରୁ ଅର୍ଥ ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଖର୍ଚ ହୋଇ ପାରୁନାହିଁ । ଏହବୁର ସମାଧାନ ପାଇଁ ଓ ରାଜ୍ୟର ଦ୍ରୁତ ପ୍ରଗତି ପାଇଁ ଡବଲ ଇଞ୍ଜିନ ସରକାର ଦରକାର ।
ନିକଟରେ ଆଗତ ହୋଇଥିବା କେନ୍ଦ୍ର ବଜେଟ ସମ୍ପର୍କରେ ବିଶ୍ୱ ସମ୍ବାଦ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ବୁଦ୍ଧିଜୀବି ନିରଞ୍ଜନ ପାଢୀ ଚାର୍ଟାଡ ଅର୍ଥନୀତିଜ୍ଞ ସୁୟ୍ୟ ନାରାୟଣ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ ।