ୱାଶିଂଟନ – ସ୍ମାର୍ଟଫୋନ୍ ବା କମ୍ପ୍ୟୁଟରରେ ବହୁଳ ଭାବେ ବ୍ୟବହାର ହେଉଥିବା କପି , ପେଷ୍ଟ ବା ରିପ୍ଲେସ ରି କି ୱାର୍ଡକୁ ଆବିଷ୍କାର କରିଥିବା ସଫ୍ଟୱୟାର ଇଞ୍ଜିନିୟର ଲେରି ଟେସ୍ଲରଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି ।
ଲେରି ଟେସ୍ଲର ୧୯୬୦ରେ ଆମେରିକାର ସିଲିକନ ଭ୍ୟାଲିରେ କମ୍ୟୁଟର ଇଞ୍ଜିନିୟର ଭାବରେ କାମ ଆରମ୍ଭ କରିଥିଲେ । କାମକୁ ସରଳ କରିବାକୁ ଯାଇ କଂଟ୍ରୋଲ+ ସି (କପି) ଏବଂ କଂଟ୍ରୋଲ+ ଭି (ପେଷ୍ଟ ବା ରିପ୍ଲେସ୍) କିୱାର୍ଡର ଆବିଷ୍କାର କରିଥିଲେ । ନିଜର ଚାକିରୀ କାଳ ଭିତରେ ଲରି ଅଧିକାଂଶ ସମୟ ଜେରକ୍ସ କମ୍ପାନୀରେ କାମ କରିଥିଲେ । ଲେରିଙ୍କ ମୃତ୍ୟୁରେ ଜେରକ୍ସ କମ୍ପାନୀ ଟୁଇଟ କରି ଶୋକ ପ୍ରକାଶ କରିଛି । ଜେରକ୍ସ ବ୍ୟତୀତ ଆପଲ୍ ଭଳି କମ୍ପାନୀରେ ମଧ୍ୟ ଲେରି ଟେସ୍ଲର କାମ କରିଥିଲେ ।
୧୯୪୫ ମସିହାରେ ଲେରି ଟେସ୍ଲରଙ୍କର ନ୍ୟୁୟର୍କ ସହରରେ ଜନ୍ମ ଗ୍ରହଣ କରିଥିଲେ । କାଲିଫର୍ଣ୍ଣିଆ ସ୍ଥିତ ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟରେ ସେ ତାଙ୍କର ଡିଗ୍ରୀ ହାସଲ କରିଥିଲେ । ଏହାପରେ କମ୍ପ୍ୟୁଟର ବ୍ୟବହାରକୁ ସରଳୀକରଣ କରିବା ପାଇଁ ସିଷ୍ଟମ ଇଂଟରଫେସ ଡିଜାଇନରେ ଗବେଷଣା କରିଥିଲେ ।