ଭଦ୍ରକ – ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ କର୍ମଚାରୀଙ୍କ ପାଇଁ ୫% ମହଙ୍ଗ ଭତା ଓ ଗଚ୍ଛିତ ୬୦%ରୁ ୧୦ % ଏରିଅର ପ୍ରଦାନ, ସପ୍ତମ ବେତନ କମିଶନ ସୁପାରିଶ ଅନୁଯାୟୀ ଘରଭଡ଼ା ନ ଦେବା, ମୃତ କର୍ମଚାରୀଙ୍କ ସ୍ଥାନରେ ଅନୁକମ୍ପାମୂଳକ ନିଯୁକ୍ତିରେ ଯୋଗ୍ୟତା ଥାଇ ମଧ୍ୟ ଗ୍ରୁପ ‘ଡି’ରେ ନିଯୁକ୍ତି ଦେବା ଘୋଷଣା ସାରା ରାଜ୍ୟରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ହତାଶ ଭାବ ସୃଷ୍ଟି କରିଛି । ଏଥି ନିମନ୍ତେ ଆସନ୍ତା ୧୯ ତାରିଖ ରାଜ୍ୟବ୍ୟାପୀ ପ୍ରତିବାଦ, ବିକ୍ଷୋଭ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇ ଜିଲ୍ଳାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ହରିପୁରରୋଡ ପକ୍ଷରୁ ଏହାର ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର ଜଣାଇଛନ୍ତି । ରାଜ୍ୟ ସଭାପତି ହୃଦାନନ୍ଦ ଦ୍ୱିବେଦୀ, ମହାସଚିବ ଅମିୟ କୁମାର ଦାଶ, କୋଷାଧ୍ୟକ୍ଷ ରମାକାନ୍ତ ମହାନ୍ତିିଙ୍କ ସମେତ ଭଦ୍ରକ ଜିଲ୍ଲା ସଂଘର ଜିଲ୍ଲା ସଭାପତି ସୁରେନ୍ଦ୍ର ମଲ୍ଲିକ, ସମ୍ପାଦକ ଭାଷ୍କର ପାଢୀ, ମନୋରଂଜନ ନାୟକ, ଗିରିଧାରୀ ଚାନ୍ଦ, ସୁରେଶ ନାୟକ, ଭାଷ୍କର ନାୟକ, ରମାାକନ୍ତ ଦାସ, କୃପାସିନ୍ଧୁ ବାରିକ, ଦେବବ୍ରତ ଦାସ, କେଦାର ନାଥ ରାଉତ, ସନ୍ତୋଷ ଲେଙ୍କା, ଧର୍ମେନ୍ଦ୍ର ନାରାୟଣ ଜେନା, ପ୍ରସନ୍ନ ରଥ, ବାବୁଲା ରାଉତ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ, ରାଜ୍ୟରେ ଥିବା ଲକ୍ଷାଧିକ ଶିକ୍ଷକ, ଶିକ୍ଷିକାମାନେ ଶିକ୍ଷାଧିକାର ଆଇନ, ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟ ପରିମଳ ଯୋଜନା, ଡ୍ରପ୍ ଆଉଟ ରୋକିବା, ଶିକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ଯତ୍ନ ନେବା, ବିପର୍ଯ୍ୟୟ ସମୟରେ ସହଯୋଗ ଦେବା, ଜନଗଣନା କରିବା, ନିର୍ବାଚନ କାର୍ଯ୍ୟ, ତତ୍ୱାବଧାରକ ଭଳି କାର୍ଯ୍ୟ ବିଭିନ୍ନ ସରକାରୀ କାର୍ଯ୍ୟ କରିଥାଆନ୍ତି । ଗତ ୭୦ ବର୍ଷ ଧରି କେନ୍ଦ୍ରୀୟ ହାର ଦରମା ଶିକ୍ଷକମାନଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ନୂତନ ପେନ୍ସନ ଯୋଜନା ଲାଗୁ କରିବା, ୬ ବର୍ଷ ଅସ୍ଥାୟୀ ନିଯୁକ୍ତିରେ କାର୍ଯ୍ୟ କରିବା ପରେ ମଧ୍ୟ ଠିକ୍ ସମୟରେ ସ୍ଥାୟୀ ନ ହେବା, ଗତ ଏକ ବର୍ଷ ହେବ ସରକାର ପଦୋନ୍ନତି ନୀତି କ୍ୟାବିନେଟ ମାଧ୍ୟମରେ ଘୋଷଣା କରିଥିଲେ ମଧ୍ୟ ଏ ଯାବତ୍ କାର୍ଯ୍ୟକାରୀ ନହେବାକୁ ନେଇ ସମଗ୍ର ରାଜ୍ୟରେ ଶିକ୍ଷକମାନଙ୍କ ମନରେ ଉଙ୍କି ମାରୁଥିବା ଆନେ୍ଦାଳନ ଆଜି ୪୦ ବର୍ଷର ଡିଏ ପ୍ରଦାନର ଇତିହାସକୁ ଭଙ୍ଗ କରୁଥିବାରୁ ଏହି ଆନେ୍ଦାଳନ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।
Related Stories
January 18, 2025
January 18, 2025