
ସାନଖେମୁଣ୍ଡି: ପାଟପୁର ଥାନା ଟି. ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ ପାଳୁଖୋଳା ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମେ ଶୋଇବା ଶେଜରେ ବିଷଧର ସର୍ପ ଦଂଶନ କରିବା କାରଣରୁ କସ୍ତୁରୀ ମଣ୍ଡଳ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାଅନୁସାରେ ଆଦିବାସୀ ଗ୍ରାମ ପାଳୁଖୋଳାର କସ୍ତୁରୀ ମଣ୍ଡଳ ଶେଜରୁ ଉଠିବ ସମୟରେ ପାଖରେ ଥିବା ବିଷଧର ସର୍ପ ଦଂଶନ କରିଥିଲା। ଚିତ୍କାର ସାହିଲୋକ ଜମା ହୋଇଥିଲେ। ଶରିର ଭିତରେ ବିଷ ଜରିଯିବା କାରଣରୁ ଛଟପଟ ହେଉଥିବା କସ୍ତୁରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଟି ସ୍ୟାସ୍ଥ୍ୟକେନ୍ଦ୍ରକି ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏ ସମ୍ବନ୍ଧରେ ପାଟପୁର ଥାନାରେ ମୃତ୍ୟୁ କସ୍ତୁରୀ ମଣ୍ଡଳଙ୍କ ପୁଅ ରାମଚନ୍ଦ୍ର ମଣ୍ଡଳ ଏତଲା ଦେଇଥିଲେ। ମୃତକ ଆଦିବାସୀ ସମ୍ପ୍ରଦାୟର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ଅନୁକମ୍ପା ପାଇଁ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ ଓ ଗ୍ରାମ ସରପଞ୍ଚ ପରିବାର ବର୍ଗଙ୍କ ସହ ମିଶି ଉକ୍ତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ସରକାରଙ୍କୁ ଆର୍ଥିକ ସହାୟତ ଯୋଗାଇଦେବାକୁ ଦାବି କରିଛନ୍ତି।