ଭଦ୍ରକ – ରାଜ୍ୟ ପ୍ରଭାରୀ ଓ ପିସିସି ମୁଖିଆଙ୍କ ସମ୍ମୁଖରେ ପୁରୀରେ କଂଗ୍ରେସର ଦୁଇଗୋÂୀଙ୍କ ମଧ୍ୟରେ ହୋଇଥିବା ହାତାହାତି ମାମଲାର ରଫାଦଫା ନହେଉଣୁ ଭଦ୍ରକରେ ଆଜି ଉକ୍ତ ଘଟଣାର ପୁନରାବୃତ୍ତି ଘଟିଛି । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇଗୋÂୀ ସାମ୍ନାସାମ୍ନି ହୋଇଛନ୍ତି । ଏବଂ ଏହି ଘଟଣାରେ ପୂର୍ବତନ ଜିଲା ଛାତ୍ର ସଭାପତି ଆହତ ହେବା ଘଟଣା ସହରାଞ୍ଚଳ ଥାନାରେ ହୋଇଥିବା ଲିଖିତ ଅଭିଯୋଗରୁ ଜଣାପଡିଛି । ତେବେ ପୁଲିସ୍ ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ପ୍ରଦୀପ ମାଝୀ ପ୍ରମୁଖଙ୍କ ଗସ୍ତ ପୂର୍ବରୁ ଆଜି ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପୂର୍ବତନ ଜିଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ ଓ ତାଙ୍କ ସମର୍ଥକଙ୍କ ଉପରେ କଂଗ୍ରେସର ଅନ୍ୟଏକ ଗୋÂୀ କରିଥିଲେ ଅତର୍କିତ ଆକ୍ରମଣ । ଫଳରେ ଶ୍ରୀ ରାଉତଙ୍କ ସମେତ ତାଙ୍କ ସମର୍ଥକମାନଙ୍କର ପିନ୍ଧିଥିବା ବସ୍ତ୍ର ଚିରିଯାଇଥିବା ନେଇ ଥାନାରେ ହୋଇଛି ଅଭିଯୋଗ । ଏ ସଂପର୍କରେ ଶ୍ରୀ ରାଉତ ଗଣମାଧ୍ୟମକୁ କହିଥିବା ସୂଚନା ଅନୁସାରେ ଓଡ଼ିଶା ଓ ଭଦ୍ରକରେ କଂଗ୍ରେସର ସ୍ଥିତି କଣ ରହିଛି, ସେ ବିଷୟରେ ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତିଙ୍କୁ ଅବଗତି କରିବା ପାଇଁ ଆମ୍ଭେ କଂଗ୍ରେସ କାର୍ଯ୍ୟାଳୟକୁ ଯାଇଥିଲା । ମାତ୍ର ସେମାନଙ୍କ ଆସିବା ପୂର୍ବରୁ ଆମ୍ଭ ଉପରେ ହୋଇଥିଲା ଷଡଯନ୍ତ୍ରପୂର୍ଣ୍ଣ ଆକ୍ରମଣ । ଏଣୁ ମାଡ ମାରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଆମ୍ଭେ ଦାବି କରିଛୁ । ଏଠାରେ ସୂଚନାଯୋଗ୍ୟ ଗତକାଲି ରାତିରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଭଦ୍ରକ ଗସ୍ତକୁ ବିରୋଧ କରି ସହରରେ କଂଗ୍ରେସ ବିରୋଧୀ ହୋଡିଂ ମରାଯାଇଥିଲା । ଯେଉଁଥିରେ ‘ନିରଂଜନ ହଟାଅ, କଂଗ୍ରେସ ବଂଚାଅ’ ଓ ‘ନିରଂଜନ ଗୋ ବ୍ୟାକ୍’ ଲେଖାଯାଇଥିଲା । ଏହି ଘଟଣାରେ ଭଦ୍ରକ କଂଗ୍ରେସରେ ଯେ ଦୁଇଗୋÂୀ ସକ୍ରୀୟ ଅଛନ୍ତି, ତାହା ସ୍ପଷ୍ଟ ବାରିହୋଇପଡିଥିଲା । ତେବେ ଆଜି ଏହି ଅଭିଯୋଗକୁ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମରେ ଖଣ୍ଡନ କରିଛନ୍ତି । ଏବଂ ଉପରୋକ୍ତ ଗଣ୍ଡଗୋଳ ସଂପର୍କରେ ତାହା ଦଳ ବାହାର ଲୋକଙ୍କର କାର୍ଯ୍ୟ ବୋଲି ସଫେଇ ଦେଇଥିଲେ ମଧ୍ୟ ରାଜ୍ୟରେ ପତନାଭିମୁଖୀ କଂଗ୍ରେସର ପ୍ରତିଛବି ଯେ ଭଦ୍ରକରେ ପ୍ରତିଫଳନ ହୋଇଛି, ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।