ଭୁବନେଶ୍ୱର – ରାଜ୍ୟରେ ଥିବା ହାଇସ୍କୁଲ ମାନଙ୍କରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବା କାରଣରୁ ଶିକ୍ଷାର ସ୍ଥିତି ଖରାପ ହେଉଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ ଅମର ପ୍ରସାଦ ଶତପଥୀ ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ରାଜ୍ୟରେ ଥିବା ସ୍କୁଲ ମାନଙ୍କରେ ସ୍ଥାନୀୟ ପ୍ରଧାନଶିକ୍ଷକ ନ ଥାଇ ତାଙ୍କ ସ୍ଥାନରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାନେ କାମ କରୁଛନ୍ତି । ଏହାକୁ ନେଇ ସ୍କୁଲ ପରିଚାଳନାରେ ବିଭ୍ରାଟ ଦେଖା ଦେଇଛି । ସେ କହିଛନ୍ତି ଯେ ରାଜ୍ୟ ସ୍କୁଲ ମାନଙ୍କ ମଧ୍ୟରେ ଏକ ତୃତୀୟାଂଶ ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବା କାରଣରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନେ କୌଣସି ନିଷ୍ପତି ନେଇ ନାହାନ୍ତି । ଏହା ଦ୍ୱାରା ଶିକ୍ଷା ବାଧାପ୍ରାପ୍ତ ହେଉଛି । ସରକାରଙ୍କ ପକ୍ଷରୁ କୁହା ଯାଇଛି ଯେ କୋର୍ଟରେ ମାମଲା ଥିବାରୁ ଏଥିରେ ବିଳମ୍ବ ହେଉଛି । ସେ କହିଛନ୍ତି ଯେ ରାଜ୍ୟ ସରକାର କୋର୍ଟକୁ ଯାଇ ସ୍ଥଗିତାଦେଶକୁ ଉଠାଇ ଶୀଘ୍ର ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।