-
ଉତର ମିଳି ନ ଥିବାରୁ ଅସନ୍ତୋଷ ପ୍ରକାଶ କଲେ ନରସିଂହ ମିଶ୍ର
ଭୁବନେଶ୍ୱର- କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଆ ଭାଷାକୁ ଅବହେଳା କରା ଯିବା ପ୍ରସଙ୍ଗରେ ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗୃହରେ ବିବୃତି ରଖିଛନ୍ତି । ତେବେ ତାଙ୍କର ବିବୃତି ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଯେଉଁ ବିଷୟ ପଚାରା ଯାଇଥିଲା ତାର ଉତର ଦେଇ ନାହାନ୍ତି । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଏହା ଉପରେ ଆଲୋଚନା କରା ଯାଇ ପାରିବ ନାହିଁ । ସେ ଏହାକୁ ଆଉ କୌଣସି ଫୋରମରେ ଉଠାଇ ପାରନ୍ତି ବୋଲି କହିଥିଲେ ।
ପ୍ରଶ୍ନୋତର କାର୍ଯ୍ୟକ୍ରମ ଶେଷ ହେବା ପରେ ବାଚସ୍ପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଏ ବାବଦରେ ବିବୃତି ରଖିବାକୁ କହିଥିଲେ । ଶ୍ରୀ ପାଣିଗ୍ରାହୀ ବିବୃତି ଦେଇ କହିଥିଲେ ଯେ ୧୧.୦୩.୨୦୧୪ ରେ ଓଡିଆ ଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିବା ପର ଠାରୁ କୌଣସି ପ୍ରକାର କେନ୍ଦ୍ରୀୟ ଅନୁଦାନ ମିଳି ନାହିାଁ ତେବେ ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବହୁବିଧ ବ୍ୟବସ୍ଥା କରିଛନ୍ତି । ଓଡିଆ ଭାଷା ଓ ସଂସ୍କୃତି ବିଭାଗ କରିବା ସହିତ ପ୍ରଶାସନିକ ଶବ୍ଦକୋଷ, ଜେଏନୟୁରେ ଓଡିଆ ଚେୟାର, ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଭଳି ବିଭିନ୍ନ ପଦକ୍ଷେପ ମାନ ନିଆ ଯାଛି ।
ବିବୃତିକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଆବେଦନ କରା ଯାଇଛି କି ନାହିଁ ବା କେନ୍ଦ୍ର ସରକାର ଅନୁଦାନ ଦେଇ ନାହାନ୍ତି ତାହା କହିବା କଥା । ମାତ୍ର ସେ ତାହା କରି ନାହାନ୍ତି । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଏହା ଉପରେ ଆଲୋଚନା କରା ଯାଇ ପାରିବ ନାହିଁ । ସେ ଏହାକୁ ଆଉ କୌଣସି ଫୋରମରେ ଉଠାଇ ପାରନ୍ତି ବୋଲି କହିଥିଲେ ।