ପାରାଦୀପ- ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟ ରୁ ପାରାଦୀପ ବନ୍ଦର ଓ ଅଗ୍ରଣୀ ନାଟ୍ୟ ସଙ୍ଗଠନ “କାନମାସ ‘ ର ମିଳିତ ସହଯୋଗରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ଜୟଦେବ ପ୍ରେକ୍ଷାଳୟରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି। ପାରାଦୀପ ଲେଡିଜ଼ କ୍ଳବ ର ସଭାନେତ୍ରୀ ଶ୍ରୀମତୀ ଶୁଭଲଷ୍ମୀ ରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍ସବ କୁ ଉଦଘାଟନ କରିଥିଲେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଭାପତି ଡକ୍ଟର ରାମକୃଷ୍ଣ ସାହୁ, ସଚିବ ଶ୍ରୀ ପ୍ରବୋଧ ରଥ ,ଆୟୋଜକ କାନମାସ ର ସଭାପତି ତଥା ପାରାଦୀପ ବନ୍ଦର ର ଉପ ସଂରକ୍ଷକ କ୍ୟାପଟେନ ଅତୁଲ୍ୟ କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ମଞ୍ଚ ନାଟକ କୁ ବଞ୍ଚାଇ ରଖି ଥିବା ସୌଖିନ କଳାକାର ମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେଣୁ ସେମାନଙ୍କ ପାଇଁ ସରକାରୀ ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲେ ମଞ୍ଚ ନାଟକ ର ବିକାଶ ସହିତ କଳାକାର ମାନେ ସୁସ୍ଥ ଭାବେ ଜୀବନ ଜୀବିକା ନିର୍ବାହ କରି ପାରନ୍ତେ ବୋଲି କାନମାସ ର ସଭାପତି କ୍ୟାପଟେନ ମହାପାତ୍ର କହିଥିଲେ।ଏବଂ ଏହାର ଉତ୍ତର ରେ ଡ଼ଃ ,ସାହୁ କହିଲେ ଯେ ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟର ବିଭିନ୍ନ ବର୍ଗ ର କଳାକାର ମାନଙ୍କ ପାଇଁ ସହାୟତା ଯୋଜନା କାର୍ଯ୍ୟକାରୀ କରିଛନ୍ତି।ଏବଂ ପ୍ରଥମ ପର୍ଯ୍ୟାୟରେ ୫୦ହଜାର କଳାକାର ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି।କିନ୍ତୁ ସୌଖିନ କଳାକାର ମାନଙ୍କ ର ଦର୍ଶକଙ୍କ କରତାଳି ଓ ଉତ୍ସାହ ହିଁ କଳାକାର କୁ ଶ୍ରେଷ୍ଠ ମାନ୍ୟତା କରିଥାଏ ଏବଂ ସେ ଲୋକପ୍ରିୟ ବ୍ୟକ୍ତି ଭାବେ ପରିଚିତ ହଉଥାଏ। ଏହି ନାଟକ ମହୋତ୍ସବ ରେ ମଞ୍ଚ ନାଟକ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବର୍ଷିୟାନ କଳାକାର ପୁରୀ, ବୀରଗୋବିନ୍ଦପୁର, ର ଶ୍ରୀ ନବ କିଶୋର ଆଚାର୍ଯ୍ୟ, ବାଲେଶ୍ୱର ର ଶ୍ରୀ ସୁରଞ୍ଜନ ଦାସ ମହାପାତ୍ର, ବ୍ରହ୍ମପୁର (ଗଞ୍ଜାମ )ର ଶ୍ରୀ ରମେଶ ମହାରଣା ,ରାଉରକେଲା ( ସୁନ୍ଦରଗଡ ) ର ଶ୍ରୀ ପୁଲିନ ବିହାରୀ ମାନସିଂହ ,ସମ୍ବଲପୁର ର ସୁଶ୍ରୀ ପୁଷ୍ପାଞ୍ଜଳି ବେହେରା ଏବଂ ପାରାଦୀପ ( ଜଗତସିଂହପୁର) ର ଶ୍ରୀ ନଗେନ ପରିଜା ଙ୍କୁ ଉପାୟନ, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ନଗେନ ପରିଜା ଙ୍କ ପ୍ରସ୍ଥାବ କ୍ରମେ ମଞ୍ଚ ନାଟକ ର ସଫଳ କଳାକାର ସ୍ୱର୍ଗତ ଆଶୁତୋଷ ଚମ୍ପତ୍ତି ଙ୍କ ବିୟୋଗ ରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇ ସ୍ବର୍ଗତ ଅମର ଆତ୍ମାର ସଦ୍ଗତି କାମନା କରାଯାଇ ଥିଲା। ଉତ୍ସବ ପରିଚାଳନା କରିଥିଲେ କାନମାସ ର ସମ୍ପାଦକ ଶ୍ରୀମନ ନାରାୟଣ ମିଶ୍ର। ଏହି ନାଟକ ମହୋତ୍ସବ ଫେବୃଆରୀ ୧୮ ତାରିଖ ରେ ଆରମ୍ଭ ହୋଇ ୨୨ ତାରିଖ ରେ ଶେଷ ହେବ। ଉଦଘାଟନ ଉତ୍ସବରେ ମଞ୍ଚସ୍ଥ ହୋଇ ଥିଲା ନାଟକ “କନ୍ୟାଦାନ ” ଭୁବନେଶ୍ୱର ସ୍ଥିତ “ଜୀବନ ରେଖା ” ପ୍ରାୟୋଜିତ ଶ୍ରୀ ଅଭିନ୍ନ ରାଉତରାୟ ଙ୍କ ନିର୍ଦ୍ଦେଶିତ କନ୍ୟାଦାନ ମହାନ ମରାଠୀ ନାଟ୍ୟକାର ଶ୍ରୀ ବିଜୟ ତେନ୍ଦୁଲକର ଏକ ସାମାଜିକ ସଂସ୍କାର ଧର୍ମୀ ନାଟକ।ଏହି ନାଟକ କୁ ଓଡ଼ିଆ ଭାଷାନ୍ତର କରିଛନ୍ତି ଶ୍ରୀମତୀ ଚିନ୍ମୟୀ ଷଢଙ୍ଗୀ , ଆଦର୍ଶବାଦ ଯେତେବେଳେ ବାସ୍ତବତା ର ଚିତ୍ର ନିଏ, ଏବଂ ଯେଉଁ ଦୁଃଖଦ ପରିଣତି ଘଟେ ତାହାର ସୁନ୍ଦର ଚିତ୍ର ଏହି ନାଟକ ର ବିଶେଷତ୍ୱ ।ଜାତିଭେଦ ଉଚ୍ଚ ନୀଚ୍ଚ ପ୍ରାଚୀର କିପରି ମାନବୀୟ ସମ୍ପର୍କକୁ କ୍ଷୁର୍ଣ୍ଣ କରେ ତାହାର ଜ୍ବଳନ୍ତ ଉଦାହରଣ। ସେହିପରି ୧୯ ତାରିଖରେ “ରଙ୍ଗଶାଳା “ପ୍ରାୟୋଜିତ ଶ୍ରୀ ବିକ୍ରମ କୁମାର ସାହୁ ନିର୍ଦ୍ଦେଶିତ ନାଟକ “ସର୍ଜନା ” । ,ଶ୍ରୀ ଗଣେଶ୍ୱର ମହାପାତ୍ର ଙ୍କ ରଚିତ ନାଟକ ରେ ,ବିଶ୍ୱ ସୃଷ୍ଟି ର ରହସ୍ୟ ,ବୈଜ୍ଞାନିକ ତଥ୍ୟ ଓ ଆଧ୍ୟାତ୍ମିକ ଜ୍ଞାନ ରେ ସତ୍ୟ ର ସୁକ୍ଷ୍ମ ଓ ପ୍ରବାହମାନ ବିଚାରାଧାର ର ଏକ ସୁକ୍ଷ୍ମ ବିଶ୍ଳେଷଣ କରାଯାଇଛି ।ଯାହାକି ଦର୍ଶକଙ୍କ ମାନସିକ ଜିଜ୍ଞାସା ବୃଦ୍ଧି କରିବ। ୨୦ ତାରିଖରେ ରାଉରକେଲା ର “ସମ୍ପର୍କ “ପ୍ରାୟୋଜିତ ଓ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର ଙ୍କ ରଚିତ ଓ ନିର୍ଦ୍ଦେଶିତ “ମାଟି ମହକ ” ମଞ୍ଚସ୍ଥ ହେବ। ଭୋଗବାଦୀ ଚିନ୍ତାଧାରା ଓ ଭୌତିକ ସମ୍ପତ୍ତି ପ୍ରତି ଅହେତୁକ ମୋହ କିପରି ମଣିଷ ଜୀବନ ରୁ ପ୍ରକୃତ ସୁଖ ଶାନ୍ତି ଛଡାଇ ନେଉଛି ଏବଂ ଜନ୍ମ ମାଟିର ମହକ କିପରି ଜଣେ ପ୍ରତିଷ୍ଠିତ ବ୍ୟକ୍ତି କୁ ସୁଦୂର ଆମେରିକା ରୁ ଟାଣି ଆଣିଛି ,ତାହାକୁ ଚମତ୍କାର ଶୈଳୀ ରେ ପରିବେଷଣ କରିବେ ରାଉରକେଲା ର କଳାକାର ମାନେ । ୨୧ ତାରିଖରେ ମଞ୍ଚସ୍ଥ ହେବ ସମ୍ବଲପୁର ଶ୍ରୀ କଲଚାରଲ ଆସୋସିଏସନ ପ୍ରାୟୋଜିତ ଶ୍ରୀ ଆଶିଷ କୁମାର ସୋନାର ଙ୍କ ରଚିତ ଓ ଶ୍ରୀ ସତ୍ୟ ରଞ୍ଜନ ବେହେରା ଙ୍କ ନିର୍ଦ୍ଦେଶିତ ନାଟକ “କେଡା ” ଜଣେ ଦିବ୍ୟାଙ୍ଗ ର ଜନ୍ମ କୁ ଜନ୍ମ ଦାତା ପିତାମାତାଙ୍କୁ ଓ ପରିବାର କୁ କିପରି ମାନସିକ ଓ ସାମାଜିକ ସମସ୍ୟା ସୃଷ୍ଟି ହୁଏ।ଏବଂ ତାର ବଞ୍ଚିବା ଓ ମାରିବା ମଧ୍ୟରେ ଏକ ବିଦ୍ୟାଙ୍ଗ ର ସଂଘର୍ଷ ପୂର୍ଣ କାହାଣୀ ଯାହାକି ଆମ ସାମାଜିକ ମୂଲ୍ୟବୋଧ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରେ। ୨୨ ତାରିଖ ରେ ” ରଙ୍ଗ ସଙ୍ଗମ ” ର ଅନ୍ତିମ ସନ୍ଧ୍ୟା ତଥା ଉଦଯାପନ ଉତ୍ସବରେ ମଞ୍ଚସ୍ଥ ହେବ ଆୟୋଜକ “କାନମାସ ” ପ୍ରାୟୋଜିତ ,ଡଃ. ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ରଚିତ ଓ ଶ୍ରୀ ଶ୍ରୀମନ ନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ “ସେ ମରିଗଲେ ” ଈଶ୍ୱରଙ୍କ ଅସ୍ତିତ୍ବ କୁ ଅସ୍ବୀକାର କରି ସେ ମରିଗଲେ ବୋଲି ଦାବୀ କରୁଥିବା ଅହଂକାରୀ ମଣିଷ ର ଏକ ବିଳାପୀତ ସ୍ୱର ଏହି ନାଟକ ରେ ଦେଖିବାକୁ ମିଳିବ। ସେହି ମୃତ୍ୟୁ ଚେତନା ପାଖରେ ଅସହାୟ ମଣିଷ କିପରି ପୁଣି ଈଶ୍ୱରଙ୍କ ଶରଣାପର୍ଣ୍ଣ ତାହାକୁ କନାମାସ ର କଳାକାର ପରିବେଷଣ କରିବେ।