ଭଞ୍ଜନଗର- ତାରସିଂ ଥାନା ତିଳିସିଙ୍ଗି ଗ୍ରାମରେ ବହୁ ଦିନ ଧରି ବେଆଇନ ଭାବେ ଏକ ଇଟା ଭାଟି ଚାଲିଥିବା ଖବର ପାଇ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ ତାରସିଂ ପୋଲିସ ସହାୟତାରେ ଆଜି ସେହି ଇଟା ଭାଟି ଉପରେ ଚଢ଼ାଉ କରିଥିଲେ।ସେଠାରେ ପ୍ରାୟ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଇଟା ଗଛିତ ଥିବାରୁ ଦଣ୍ଡ ସ୍ୱରୂପ ମାଲିକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୨ଲକ୍ଷ ଟଙ୍କା ଜୋରିମାନା ପାଇଁ ସ୍ଥିର ହୋଇଥିବା ତହସିଲଦାର ଶ୍ରୀ ପ୍ରଧାନ କହିଛନ୍ତି।ଏଥିସହ ଏକ ପାଣିପମ୍ପ ଜବତ କରାଯାଇଛି। ଏଥିରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଅନ୍ୟ ପୋଲିସ କର୍ମଚାରୀ ସମେତ ସ୍ଥାନୀୟ ଆର.ଆଇ ଚଢ଼ାଉରେ ସାମିଲ ଥିଲେ।