-
ଇ – ବଜେଟ ବ୍ୟବସ୍ଥା ପ୍ରଚଳନ କରିବାରେ ଓଡିଶା ସମଗ୍ର ଦେଶରେ ଦ୍ୱିତୀୟ ରାଜ୍ୟ
ଭୁବନେଶ୍ୱର – ପରିବେଶ ଅନୁକୂଳ ପଦକ୍ଷେପ ସ୍ୱରୂପ ଏଥର ଇ- ବଜେଟ ପ୍ରଚଳନ କରା ଯାଇଛି । ଏହା ଦ୍ୱାରା ୭୫ ଲକ୍ଷ ପୃÂା କାଗଜ ଛପା ହେବ ନାହିଁ । ଏହା ଦ୍ୱାରା ପ୍ରାୟ ଏକ ହଜାର ବଡ ବୃକ୍ଷଙ୍କୁ ସୁରକ୍ଷା ପ୍ରଦାନ କରା ଯାଇ ପାରିବ ବୋଲି ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ତାଙ୍କର ବଜେଟ ଅଭିଭାଷଣରେ କହିଛନ୍ତି ।
ସେ କହିଛନ୍ତି ଯେ ବର୍ତମାନ ବଜେଟ ଦସ୍ତାବିଜ ଇଲେକ୍ଟେ୍ରାନିକ ମାଧ୍ୟମରେ ଉପଲବ୍ଧ । ଇ ବଜେଟ ବ୍ୟବସ୍ଥା ପ୍ରଚଳନ କରିବାରେ ଓଡିଶା ସମଗ୍ର ଦେଶରେ ଦ୍ୱିତୀୟ ରାଜ୍ୟ ହୋଇ ପାରିଛି ବୋଲି ସେ କହିଛନ୍ତି ।