ଅହମ୍ମଦାବାଦ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏହା ପୂର୍ବରୁ ହର୍କୁଲିସ୍ ବିମାନ ଟ୍ରମ୍ପ୍ ଓ ତାଙ୍କ ଟିମ୍ ପାଇଁ ଗାଡି ନେଇ ଅହମଦାବାଦ୍ ପହଂଚିଛି ୟୁଏସ୍ ଏୟାରଫୋର୍ସ । ବିମାନରୁ ଏହି ଗାଡି ଗୁଡିକୁ ଓହ୍ଲାଯାଉଥିବା ବେଳେ ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖା ଦେଇଥିଲା ।
ଟ୍ରମ୍ପଙ୍କ କାରକେଡ୍ ର ସବୁଠାରୁ ଶକ୍ତିଶାଳୀ ଗାଡି କୁହାଯାଉଥିବା ରୋଡରନର କାର ମଧ୍ୟ ଅହମଦାବାଦ୍ ରେ ପହଂଚିଛି । ଏହି ରୋଡରନର କାର ଟ୍ୟାଙ୍କ୍ ପ୍ଲେଟ୍ ରେ ତିଆରି ହୋଇଛି । ଏହି କାର ମୋବାଇଲ , କମାଣ୍ଡ ଓ କେଂଟ୍ରାଲ ଗାଡି ଭାବେ ପରିଚିତ । ଏହି ଏସୟୁଭି ଉପରେ ଏକ ବଡ ସାଟେଲାଇଟ୍ କମ୍ୟୁନିକେସନ୍ ଏୟାର ଲାଗିଥାଏ । ଏହା ହ୍ୱାଇଟ୍ ହାଉସ୍ ର ଅଧିକାରୀ ଏବଂ ଆମେରିକା ମିଲିଟାରୀ ସାଟେଲାଇଟ୍ କୁ ଭଏସ୍ , ଇଂଟରନେଟ୍ ଓ ଭିଡିଓ କମ୍ୟୁନିକେସନ୍ ମାଧ୍ୟମରେ ସୁରକ୍ଷିତ ଭାବେ ଯୋଡି ରଖିଥାଏ ।
ସୂଚନାଯୋଗ୍ୟ ଯେ ଆସନ୍ତା ଫେବୃଆରୀ ୨୪ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଓ ମେଲାନିୟା ଟ୍ରମ୍ପ୍ ଗୁଜୁରାଟର ଅହମ୍ମଦାବାଦ୍ ଆସିବେ । ଅହମ୍ମଦାବାଦ୍ ର ମୋଟେରା ଷ୍ଟାଡିୟମ୍ ରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଟ୍ରମ୍ପ୍ ଯୋଗ ଦେବେ । ଟ୍ରମ୍ପ୍ ଙ୍କ ସୁରକ୍ଷାରେ ୨୦୦ ଆମେରିକୀୟ ସୁରକ୍ଷାକର୍ମୀଙ୍କ ସମେତ ଅହମ୍ମଦାବାଦ୍ ପୋଲିସ୍ ଓ ସୁରକ୍ଷା ଏଜେନ୍ସି ନିୟୋଜିତ ହେବେ ।