ଲକ୍ଷ୍ନୌ- ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ।
ମିଳିଥିବା ସୂଚନା ଅନୁସାରେ ଏହି ବଜେଟ ଯୋଗୀ ସରକାରଙ୍କର ଚତୁର୍ଥ ବଜେଟ ହେବ ତଥା ବଜେଟର ଆକାର ପାଂଚ ଲକ୍ଷରୁ 5.25 ଲକ୍ଷ କୋଟି ଟଙ୍କା ଭିତରେ ରହିବାର ଅନୁମାନ କରା ଯାଉଛି । ବଜେଟ ମାଧ୍ୟମରେ ପ୍ରଦେଶ ସରକାର ଏକ୍ସେପ୍ରେସ ୱେ, ମହିଳା କଲ୍ୟାଣ, ସୁରକ୍ଷା ଆଦି ବିଷୟରେ ବିପୁଳ ରାଶିର ବ୍ୟବସ୍ଥା କରି ପାରନ୍ତି ବୋଲି ସୂତ୍ରଙ୍କ ଠାରୁ ପ୍ରକାଶ ।