 
                ଭୁୁବନେଶ୍ୱର –  ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ କରା ଯାଉଥିବା ବିଭିନ୍ନ ସଡକ ନିର୍ମାଣ କାମ ସମ୍ପର୍କରେ ସୂଚନା ଦେବାକୁ  ବିଭାଗ ପକ୍ଷରୁ ଏକ ୱେବସାଇଟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ।  ବିଧାୟକ ମନୋହର ରାନ୍ଧାରୀଙ୍କ ଏ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ବେଳେ  ବିଧାୟକ ମାନେ ରାସ୍ତା ନିର୍ମାଣ ସମ୍ପର୍କରେ ସୂଚନା ନ ଥିବା କହିବା ପରେ ଶ୍ରୀ ପାତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ ଆଇଟି ଯୁଗରେ ଏଭଳି ୱେବସାଇଟ ପ୍ରସ୍ତୁତ କଲେ ସମସ୍ତେ କେଉଁ ରାସ୍ତା ନିର୍ମାଣ ହେଉଛି, କାମ କେତେ ଦୂର ପହଂଚିଛି ସେ ସମ୍ପର୍କରେ ସୂଚନା ସମସ୍ତେ ପାଇ ପାରିବେ ।
ଏହା ବାଦ ସେ ବିଧାୟକ ମାନଙ୍କ  ଉଦବେଗକୁ ଲକ୍ଷ୍ୟ କରି ସମସ୍ତ ବିଧାୟକ ମାନଙ୍କ ସହ ଜିଲ୍ଲାୱାରି  ଅଧିକାରୀ ମାନଙ୍କୁ ସହ ବୈଠକ କରି ସେମାନଙ୍କର ସମସ୍ୟାର ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
                            
                        
	                    
 
                    







