 
                ଭୁବନେଶ୍ୱର-  ଆର୍ଥିକ ସର୍ବେକ୍ଷଣରେ  ଓଡିଶାର ଅଭିବୃଦ୍ଧି ଦର ହ୍ରାସ ପାଇବା ଓ ମୁଣ୍ଡ ପିଛା ଋଣ ହାର ବଢିବା ସମ୍ପର୍କିତ ତଥ୍ୟ ମିଳିଲା ପରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ  ସନ୍ତୋଷ ସିଂହ ସାଲୁଜା ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ରାଜ୍ୟରେ  ଅଭିବୃଦ୍ଧି ହାର କମ ହେବା ତଥା ମୁଣ୍ଡ ପିଛା ଋଣ ହାର ବଢିବା ଅତ୍ୟନ୍ତ ଚିନ୍ତାର ବିଷୟ । ସେହିପରି ପାରିବାରିକ ଖର୍ଚ ମଧ୍ୟ କମିଥିବା ଜଣା ପଡିଛି ।  ରାଜ୍ୟରେ ଭିକାରୀ ମାନଙ୍କ ସଂଖ୍ୟା ବଢିବା ସହ ବେକାରୀ ମାନଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଛି । ରାଜ୍ୟ ସରକାର କୌଣସି ନୂଆ ନିଯୁକ୍ତି  ଦେଉ ନାହାନ୍ତି ।  ଏହି ସ୍ଥିତିକୁ ନେଇ ରାଜ୍ୟ ସରକାର ଉଚିତ ଧ୍ୟାନ ଦେବା ଦରକାର ବୋଲି ସେ କହିଛନ୍ତି ।
                            
                        
	                    
 
                    







