
ଭୁବନେଶ୍ୱର- ସରକାରୀ ଓ ବେସରକାରୀ କଲେଜ ଅଧ୍ୟାପକ ମାନଙ୍କର ବେତନର ରହିଥିବା ତାରତମ୍ୟ ଓ ଅନେକ ମାସ ଧରି ବେସରକାରୀ କଲେଜର ଅଧ୍ୟାପକ ମାନଙ୍କୁ ବେତନ ମିଳି ନ ଥିବା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ନେତା କହିଛନ୍ତି ଯେ ସରକାରୀ କଲେଜରେ ଓ ବେସରକାରୀ କଲେଜରେ ଅଧ୍ୟାପନା କରୁଥିବା ଅଧ୍ୟାପକ ମାନେ ସମାନ କାମ କରୁଛନ୍ତି । ହେଲେ ସେମାନଙ୍କର ବେତନରେ ତାରତମ୍ୟ ରହିଛି । ସରକାରୀ କଲେଜର ଅଧ୍ୟାପକ ମାନେ ଅବସର ଗ୍ରହଣ କରିବା ବେଳେ ୧୫ ଲକ୍ଷ ଟଙ୍କା ପାଉଥିବା ବେଳେ ବେସରକାରୀ କଲେଜର ଅଧ୍ୟାପକ ମାନଙ୍କୁ ପାଂଚ ଲକ୍ଷ ଟଙ୍କା ମିଳୁଛି । ସେହିପରି ଅନେକ ବିଭାଗରେ ସପ୍ତମ ବେତନ କମିଶନର ସୁପାରିଶକୁ ଲାଗୁ କରା ଯାଇ ନ ଥିବାରୁ ଏହାକୁ ଲାଗୂ କରିବାକୁ ଶ୍ରୀ ନାୟକ ଦାବି କରିଛନ୍ତି ।