ଭୁବନେଶ୍ୱର- ସବୁଜ ମହାନଦୀ ମିଶନରେ ୨୦୨୦-୨୧ଆର୍ଥିକ ବର୍ଷରେ ୧୦୫୦ ହେକ୍ଟର ବନୀକରଣ କରାଯିବାର ଲକ୍ଷ୍ୟ ରହିଛି । ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୧୯ ହଜାର ହେକ୍ଟର ବୃକ୍ଷରୋପଣ କରାଯିବ, ସହରାଂଚଳରେ ୫ ଲକ୍ଷ ବୃକ୍ଷ ଚାରା ବଂଟନ କରାଯାଇଛି,ଏହି ମିଶନ ମାଧ୍ୟମରେ ସମୁଦାୟ ୮୦ଲକ୍ଷ ବୃକ୍ଷରୋପଣ ଲକ୍ଷ ରଖାଯାଇଛି । ଏହା ବ୍ୟତୀତ ରାଜ୍ୟର ୨୩ ଜିଲ୍ଲାର ୩୧୫ ବନଖଣ୍ଡରେ ବୃକ୍ଷରୋପଣ କରାଯିବ । ଏହା ଦ୍ୱାରା ମହାନଦୀର ପୂର୍ବାବସ୍ଥା ଫେରାଇବା ସହିତ ନଦୀ ପଠାରେ ସବୁଜ ବଳୟ ସୃଷ୍ଟି କରାଯାଇପାରିବ । ଏହାସହ ମୃତିକା ସଂରକ୍ଷଣ ଓ ବନ୍ୟ ନିୟନ୍ତ୍ରଣରେ ସହାୟକ ହୋଇପାରିବ । ଚଳିତ ବର୍ଷ ମହାନଦୀ ସବୁଜ ମିଶନରେ ୪ ଟି ମୁଖ୍ୟାନଦୀକୁ ଅନ୍ତର୍ଭୁକ୍ତ କରାଯାଇଛି,ସେଗୁଡିକ ମଧ୍ୟରେ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ଓ ବଂଶଧାରାକୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।