-
ପ୍ରଧାନ ଶିକ୍ଷକଙ୍କୁ ଦାୟୀ କଲେ ପରିବାର ଲୋକେ
ବାରିପଦା – ମୟୁରଭଂଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଧାଙ୍ଗୁଡିଶୋଳ ପଂଚାୟତର ପି.ପି ଉଚ୍ଚ ବିଦ୍ୟାଳୟର ଆଦିବାସୀ ହଷ୍ଟେଲର ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଖରାପ ଥିବା ସତ୍ୱେ ସ୍କୁଲ ଓ ହଷ୍ଟେଲ କର୍ତୃପକ୍ଷ ଉପଯୁକ୍ତ ଚିକିତ୍ସା ନକରିବାରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋେ ଅଭିଯୋଗ କରିବା ସହ ଏଥିପାଇଁ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରିଛନ୍ତି ।
ମୃତ ଛାତ୍ରୀଙ୍କ ପରିବାର ସଦସ୍ୟମାନେ ଅଭିଯୋଗ ଆଧାରରେ, ସାରସକଣା ଅଂଚଳର ନନ୍ଦ ସିଂଙ୍କ ଝିଅ ମିନତି ସିଂ (୧୨) ଧାଙ୍ଗିଡ଼ିଶୋଳ ପି.ପି ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ରହି ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ଫେବୃଆରୀ ୧୬ରେ ହଠାତ ତାଙ୍କର ପେଟ ବ୍ୟଥା ହେଉଥିବା କଥା ହଷ୍ଟେଲ ଦାୟିତ୍ୱରେ ଥିବା ରୋଷେୟା ମିିତାଲି ସୋରେନଙ୍କୁ ଜଣାଇଥିଲେ । କିନ୍ତୁ ତାଙ୍କ କଥାକୁ ଧ୍ୟାନ ଦେଇନଥିଲେ ରୋଷେୟା । ତେବେ ଦୀର୍ଘ ସମୟ ପରେ ମିନତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ରୋଷେୟା ପ୍ରଧାନ ଶିକ୍ଷକ ସୁବ୍ରତ ସାହୁଙ୍କୁ ଖବର ଦେଇଥିଲେ । ଖବରପାଇ ପ୍ରଧାନ ଶିକ୍ଷକ ଏବଂ ରୋଷେୟା ମିତାଲି ଛାତ୍ରୀ ମିନତୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପି ଆର ଏମ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମିନତୀଙ୍କୁ ମୃତ ଘୋଷଣା କରିଥିଲେ ।