
ଭୁବନେଶ୍ୱର- ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା- ୨ ରେ ରାଜ୍ୟରେ ୬୫୦ ରାସ୍ତା ପାଇଁ ଯୋଜନା ହୋଇ ୧୬୧୫.୫୧ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି ବୋଲି ବିଧାନସଭାରେ ବିଧାୟକ ମନୋହର ରାନ୍ଧାରୀଙ୍କ ପ୍ରଶ୍ନର ଉତରରେ ସୂଚନା ଦେଇଛନ୍ତି ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ।
ସେ କହିଛନ୍ତି ଯେ ଏଥି ମଧ୍ୟରୁ ୯ ଟି ରାସ୍ତା ସମ୍ପୂର୍ଣ୍ଣ ହୋଇଥିବା ବେଳେ ୬୨୭ ରାସ୍ତା ନିର୍ମାଣ ଚାଲୁ ରହିଛି । ସେହିପରି ୧୪ ରାସ୍ତା କାମ ବିଭିନ୍ନ କାରଣ(କୋର୍ଟ କେସ, ଅନ୍ୟ ବିଭାଗକୁ ହସ୍ତାନ୍ତର, ଟେଣ୍ଡର ଜାରି ପ୍ରଭୃତି)ରୁ ବିଳମ୍ବିତ ହୋଇଛି ବୋଲି ସେ କହିଛନ୍ତି ।