
କେନ୍ଦୁଝର – କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମଣତା ଗ୍ରାମ ନିକଟ କୁମୁଟିଆ ନାଳ କୁଳରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳେ କିଛି ଗ୍ରାମବାସୀ ନାଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଶିଶୁ କନ୍ୟାଟିର କାନ୍ଦ ଶୁଣିବାକୁ ପାଇଥିଲେ । ଶିଶୁ କନ୍ୟାକୁ ବୁଦାମୂଳରେ ଦେଖି ଗ୍ରାମ ଆଶା କର୍ମୀଙ୍କୁ ଖବର ଦେଇଥିଲେ । ଆଶା କର୍ମୀ ଘଟଣାସ୍ଥଳରେ ପହଂଚି ୧୦୨ ଆମ୍ବୁଲାନ୍ସ ସହାୟତା ରେ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ତେବେ ଚିକିତ୍ସା ପୂର୍ବରୁ ଶିଶୁ କନ୍ୟା ଟିର ମୃତ ହୋଇ ଯାଇଥିଲା ବୋଲି ଡାକ୍ତର କହିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଶିଶୁ କନ୍ୟା ଟି କେଉଁଠୁ ଆସିଲା କିଏ ପକେଇ ଦେଇ ଚାଲିଯାଇଛି ତାହା ଜଣା ପଡିନାହିଁ ।