ଗଞ୍ଜାମ- ଆଜି ସକାଳେ ବ୍ରହ୍ମପୁର ବଡ଼ ମେଡ଼ିକାଲ କଲେଜ ହସ୍ପିଟାଲ ପରିସରରେ ଥିବା ଶୌଚାଳୟ ନିକଟରେ ଏକ ନବଜାତ ଶିଶୁପୁତ୍ରର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ମେଡ଼ିକାଲ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ନବଜାତକର ମୃତଦେହ ଉଦ୍ଧାର କରି ଡ଼ାକ୍ତରୀ ପରୀକ୍ଷା ନିମନ୍ତେ ବଡ଼ ମେଡ଼ିକାଲକୁ ପଠାଇବା ସହ କିଏ ଓ କାହିଁକି ଶିଶୁପୁତ୍ରର ମୃତଦେହ ଏଠାରେ ପକାଇଛି ସେନେଇ ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ ହୋଇଛି ।
Related Stories
November 23, 2024