ଭୁବନେଶ୍ୱର – ଏଣିକି ବିଦ୍ୟୁତ୍ ତାର ଯୋଗୁଁ ଜୀବନ ଗଲେ ବା କ୍ଷୟକ୍ଷତି ହେଲେ ଅଧିକ ପରିମାଣର କ୍ଷତିପୂରଣ ମିଳିବ ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ । ସେହିପରି ୬୦ ପ୍ରତିଶତ ଶରୀର ନଷ୍ଟ ହୋଇଥିଲେ ୨ ଲକ୍ଷ ଟଙ୍କା ,୪୦ ରୁ ୬୦ ପ୍ରତିଶତ ଶରୀର ନଷ୍ଟ ହୋଇଥିଲେ ୫୯ ହଜାର ୧୦୦ ଟଙ୍କା ମିଳିବ କ୍ଷତିପୂରଣ ମିଳିବ । ଏହା ବ୍ୟତୀତ ସପ୍ତାହରୁ ଅଧିକ ସମୟ ମେଡିକାଲରେ ଚିକିତ୍ସା ହେଲେ ୧୨ ହଜାର ଟଙ୍କା ଏବଂ ସପ୍ତାହରୁ କମ ସମୟ ଚିକିତ୍ସା ହେଲେ ୪ ହଜାର ୫୦୦ ସହାୟତା ଦିଆଯିବ ।
ସେହିପରି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗାଈ ଓ ମଇଁଷି ମଲେ ୩୦ ହଜାର ଟଙ୍କା ,ଛେଳି,ମେଣ୍ଢା ,ଘୁଷୁରି ମଲେ ୩ ହଜାର ଟଙ୍କା ଓ କୁକୁଡ଼ା ଫାର୍ମ ନଷ୍ଟ ହେଲେ ୫ ହଜାର କ୍ଷତିପୂରଣ ମିଳିବ । ରାଜ୍ୟ ସରକାର ଏ ନେଇ ବିଦ୍ୟୁତ ନିୟମକ ଆୟୋଗକୁ ସୁପାରିଶ କରିଛନ୍ତି ।୨୦୧୪ରୁ ୧୯ ବର୍ଷ ମଧ୍ୟରେ ୧୧୫୭ଟି ବିଦ୍ୟୁତ ଜନିତ ଦୁର୍ଘଟଣା ଘଟିଛି ଏବଂ ଦୁର୍ଘଟଣାରେ ୮୮୨ ମୃତ୍ୟୁବରଣ କରିଛନ୍ତି । ସେହିପରି ବିଦ୍ୟୁତ୍ ଆଘାତରେ ୪୩ ହାତୀ ମରିଛନ୍ତି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଜଣାଇଛନ୍ତି ।