ବାଲେଶ୍ବର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରେମୁଣାର ବିଭିନ୍ନ ଇଟାଭାଟିର ଯାଞ୍ଚ କରାଯାଇଛି । ଏଥିସହ ଆଗାମୀ ଦିନରେ ବାଲେଶ୍ବର ମଧ୍ୟ ଛାପା ମରାଯିବାର ସୂଚନା ରହିିଛି ।

ବାଲେଶ୍ବର : ଇଟାଭାଟିର ପ୍ରଦୂଷଣ, ଜନବସତି ଠାରୁ ନଦୀର ଦୂରତା, ମାଲିକାନାର ଯାଞ୍ଚ ନେଇ ରେମୁଣାର ବିଭିନ୍ନ ସ୍ଥାନରେ ଛାପା ମରାଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଇଟାଭାଟିଗୁଡିକର ଯାଞ୍ଚ କରାଯାଇଛି । ଉପଜିଲ୍ଲାପାଳ ନିଲୁ ମହାପାତ୍ର, ରେମୁଣା ତହସିଲଦାର ସଞ୍ଜୟ ରାଉତଙ୍କ ମିଳିତ ଭାବେ ଯାଞ୍ଚ କରାଯାଇଥିଲା । ତେବେ ଆଗାମୀ ଦିନରେ ବାଲେଶ୍ବରର ବିଭିନ୍ନ ଅଞ୍ଚଳରେ ଇଟାଭାଟି ଗୁଡିକର ଯାଞ୍ଚ ହେବ ବୋଲି ସୂଚନା ମିଳିଛି । ଏପରିକି ନିର୍ଦ୍ଧାରିତ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ ହେବ ।