ଭୁବନେଶ୍ୱର- କଟକ ରାସ୍ତାରୁ ବୁଲା ଷଣ୍ଢଙ୍କୁ ହଟାଇବା ପାଇଁ ବାର୍ଷିକ ହାରାହାରି ୧୨ ଲକ୍ଷ ୬ ହଜାର ୨ଶହ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି ।
ବିଧାୟକ ମହମଦ ମୋକିମଙ୍କ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ କହିଛନ୍ତି ଯେ ବୁଲାଷଣ୍ଢଙ୍କ ଚରାବୁଲା ଉପରେ ନିୟନ୍ତ୍ରଣ ପାଇଁ ନିଗମ ପକ୍ଷରୁ ଏକ ସ୍କ୍ୱାର୍ଡ ଗଠନ କରାଯାଉଛି । ଏଥିପାଇଁ ମହାନଗର ନିଗମ ଅଂଚଳରେ ଧରିବା ପାଇଁ ଅଭିଜ୍ଞ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆଗାମୀ ଦିନରେ ଅଧିକ କର୍ମଚାରୀ ଓ ଗାଡି ନିୟୋଜିତ କରାଯିବ ।
ସେହିପରି କୁକୁରଙ୍କ ବଂଶ ବୃଦ୍ଧି ଓ ପ୍ରାଦୁର୍ଭାବ ରୋକିବାକୁ ମହାନଗର ନିଗମ ତରଫରୁ କୁକୁରମାନଙ୍କ ବନ୍ଧ୍ୟାକରଣ ପାଇଁ ଡଗ୍ ୟାଡ଼ ପ୍ରତିଷ୍ଠା କରାଯାଇଛି । ୨୦୧୮ ସେପ୍ଟେମ୍ବର ଠାରୁ ୨୦୨୦ ଜାନୁାରୀ ପର୍ଯ୍ୟନ୍ତ ୧୯୦୭ କୁକୁର ଧରାଯାଇ ସେମାନଙ୍କ ଖାଦ୍ୟ ଯୋଗାଣ ପାଇଁ ୩ ଲକ୍ଷ ୨ ହଜାର ୪୮୬ ଓ ବନ୍ଧ୍ୟାକରଣ ପାଇଁ ଆବଶ୍ୟକୀୟ ଔଷଧ ଓ ଅସ୍ତ୍ରୋପଚାର ପାଇଁ ୨୦୧୮ ରୁ ୨୦୧୯ ପର୍ଯ୍ୟନ୍ତ ୨ ଲକ୍ଷ ୬୪ ହଜାର ଏବଂ ୨୦୧୯ରୁ ୨୦ ପର୍ଯ୍ୟନ୍ତ ୩ ଲକ୍ଷ ୭୫ ହଜାର ଖର୍ଚ୍ଚ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।