ନୂଆଦିଲ୍ଲୀ- ଜାମିୟା ହିଂସା ମାମଲାରେ ଗିରଫ ହୋଇଥିବା ଶରଜିଲ ଇମାମକୁ ଦିଲ୍ଲୀର ସାକେତ କୋର୍ଟ ଆସନ୍ତା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ମଙ୍ଗଳବାର ଶରଜିଲର ବିଚାର ବିଭାଗୀୟ ହାଜତ ଅବଧି ଶେଷ ହୋଇଥିଲା । ତେଣୁ ପୋଲିସ ତାକୁ ମୁଖ୍ୟ ମେଟ୍ରୋପଲିଟାଂଟ ମାଜିଷ୍ଟେ୍ରଟ ଗୁରୁମୋହିତ କୌରଙ୍କ କୋର୍ଟରେ ହାଜର କରାଇଥିଲା । ଏହାପରେ କୋର୍ଟ ତାଙ୍କୁ ଆସନ୍ତା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ପୋଲିସ ଆଜି ସାକେତ କୋର୍ଟରେ ଏନେଇ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ହିଂସାକୁ ଉସୁକାଇବା ନେଇ ଶରଜିଲ ବିରୋଧ ଅଭିଯୋଗ ରହିଛି । ଶାହିନବାଗରେ ଆପତିଜନକ ଭାଷଣ ଦେବା ମାମଲାରେ ଶରଜିଲକୁ ବିହାରରୁ ଗିରଫ କରାଯାଇଥିଲା । ଗତ ଫେବୃଆରୀ ୧୨ ତାରିଖ ଦିନ ଶାହିନବାଗରେ ଆପତିଜନକ ଭାଷଣ ଦେବା ମାମଲାରେ ଶରଜିଲ ଇମାମକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜକୁ ପଠାଯାଇଥିଲା ।
ପୋଲିସର ସୂଚନା ମୁତାବକ, ଜାମିୟା ହିଂସା ମାମଲାର ଯାଂଚ ସମୟରେ ଜଣେ ଅଭିଯୁକ୍ତ ଶରଜିଲର ଭାଷଣରେ ପ୍ରଭାବିତ ହୋଇ ହିଂସା ଘଟାଇଥିବା ପୋଲିସ ଜାଣିବାକୁ ପାଇଥିଲା ।