ଅହମ୍ମଦାବାଦ – ଅହମ୍ମଦାବାଦରୁ ବେଙ୍ଗାଲୁରୁ ଅଭିମୁଖେ ମଙ୍ଗଳବାର ଦିନ ଯାଉଥିବା ଗୋ ଏୟାରର ଏକ ବିମାନରେ ନିଆଁ ଲାଗିଯାଇଥିଲା । ଟେକ୍ ଅଫ୍ ସମୟରେ ବିମାନରେ ନିଆଁ ଲାଗି ଯାଇଥିଲା । ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ଣରେ ଅହମ୍ମଦାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଗୋ ଏୟାରର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ପାଇଁ ରନୱେରେ ଯାଇ ଟେକ୍ଅଫ୍ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହାର ଗୋଟିଏ ପଟ ଇଞ୍ଜିନର ନିଆଁ ଲାଗିଯାଇଥିଲା । ଏହା ଜାଣିବା ମାତ୍ରେ ବିମାନର ପାଇଲଟ ଟେକ୍ଅଫ୍ ନକରାଇ ବିମାନଟିକୁ ଅହମ୍ମଦାବାଦ ବିମାନ ବନ୍ଦରର ରନୱେ ଉପରେ ଅଟକାଇ ଦେଇଥିଲେ । ପରେ ବିମାନ ବନ୍ଦରର କର୍ମ·ରୀମାନେ ବିମାନ ନିକଟରେ ପହଂଚି ନିଆଁକୁ ଲିଭାଇ ଥିଲେ । ଏହି ଘଟଣାରେ ବିମାନର ସମସ୍ତ ଯାତ୍ରୀ ଓ ବିମାନ କ୍ରୁ ସଦସ୍ୟମାନେ ସୁରକ୍ଷିତ ଅଛନ୍ତି ।
ନିଆଁ ଲାଗିବାର କାରଣ ଜଣାପଡିନଥିଲେ ହେଁ ବିମାନର ଡାହଣ ପଟ ଇଞ୍ଜିନରେ ଗୋଟିଏ ପକ୍ଷୀ ବାଡେ଼ଇ ହୋଇଯିବା ପରେ ବିମାନ ଇଞ୍ଜିନରେ ନିଆଁ ଲାଗି ଯାଇଥିବା କୁହାଯାଉଛି ।