
ଭୁବନେଶ୍ୱର– ରାଜ୍ୟରେ ଆଇନର ଶାସନ ନାହିଁ ଜଙ୍ଗଲୀ ଶାସନ ଚାଲିଛି । ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି । ବାଙ୍କୀରେ ଜଣେ ସରପଂଚଙ୍କ ସ୍ୱାମୀ ଓ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି ।ଏଥିରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ । ଯଦି ଏଭଳି ଚାଲେ ଲୋକମାନେ ସୁରକ୍ଷିତ ରହିପାରିବେ ତ ? ବୋଲି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ସୋମବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ।
ଜମି ପାଇଁ ବଡ ଭାଇର ବଂଶକୁ ନିପାତ କରାଯାଇଛି ତା ସତ୍ୱେ ରାଜ୍ୟରେ ଆଇନ ଶୃଙ୍ଖଳା ଠିକ୍ ରହିଛି ବୋଲି ସରକାର କହୁଛନ୍ତି । ମୋ ଜିଲ୍ଲାରେ ଗୋଟିଏ ଦୋକାନରୁ ଚୋରି ହେଲା । ଗହଣା ଦୋକାନରୁ ଦାଦାଗିରି କରି ଲୁଟ୍ କରାଗଲା । ଯୁବକଙ୍କ ଉପରେ ଗୁଳି ମାଡ ହେଉଛି । ୨୦ ଜଣ ଡକାୟତ ଆସି ମାରଣାସ୍ତ୍ର ଦେଖାଇ ଲୁଟ୍ କରି । ସେମାନଙ୍କ ଭିତରୁ ୭ ଜଣଙ୍କୁ ପୋଲିସ୍ ଗିରଫ କଲା । ଆହୁରି ବାହାରେ ଅଛନ୍ତି । ନେପାଲିସ୍ ଠିକ୍ ଭାବେ ତଦନ୍ତ କରୁନାହିଁ । ଏତଲା କରିବାକୁ ଗଲେ ନ୍ୟାୟ ଦେବା ପରିବର୍ତେ ସୁନା ଗହଣା କଣପାଇଁ ରଖୁଛ ବୋଲି ପାଲଟା ପ୍ରଶ୍ନ କରାଯାଉଛି । ଏହା ଅତ୍ୟନ୍ତ ଦୁର୍ବାଗ୍ୟଜନକ । ବଲାଙ୍ଗୀରରେ ଏସପି ନାହାନ୍ତି । ପେଟ୍ରୋଲିଂ ବ୍ୟବସ୍ଥା ନାହିଁ । ପିଲାର ଶବ ନଦୀ ପଠା ବାଲିରେ ପୋତି ଦିଆଯାଇଥିଲା । ଏଯାବତ୍ ଦୋଷୀ ଧରା ପଡିଲା ନାହିଁ । ଭୀମ ଭୋଇ ମେଡିକାଲ କଲେଜ ଅପରାଧୀଙ୍କ ଆଡ୍ଡାରେ ପରିଣତ ହୋଇଛି । ନର୍ସଙ୍କୁ ଦୁର୍ବବ୍ୟହାର କରାଗଲା । ଯେଉଁ ଡାକ୍ତରମାନେ ନିଯୁକ୍ତି ପାଇଛନ୍ତି ସେମାନେ ଅସୁରକ୍ଷିତ ମଣୁଛନ୍ତି । ଭୁବନେଶ୍ୱର କ୍ୱାର୍ଟରେ ୩ ଦିନ ହେଲା ପାଚେରୀ ଡେଇଁ ଚୋର ପଶୁଛି । ଏସବୁ ଘଟଣା ଉପରେ ମୁଖ୍ୟମନ୍ତ୍ରୀ ବିବୃତି ଦେବା ପାଇଁ ସେ ଦାବି କରିଥିଲେ ।