ଦିଗପହଣ୍ଡି : ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ଼. ସୂର୍ଯ୍ୟନାରାୟଣ ପାତ୍ର ରବିବାର ଦିଗପହଣ୍ଡି ଗସ୍ତ ରେ ଆସି ଜକର ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମ ର ଜନ ହିତକର ପ୍ରକଳ୍ପ ଗୁଡ଼ିକୁ ଉଦଘାଟନ କରିଛନ୍ତି।ଅପରାହ୍ନ ପ୍ରାୟ ସାଢେ଼ ୨ ଟାରେ ବାଚସ୍ପତି ଜକର ଗାଁ ରେ ପହଞ୍ଚିବାପରେ ତାଙ୍କୁ ସରପଞ୍ଚ ଚୈତନ୍ୟ ପ୍ରଧାନ ଙ୍କ ନେତୃତ୍ୱରେ ଗ୍ରାମବାସୀ ସମ୍ୱର୍ଦ୍ଧିତ କରିଥିଲେ।ପରେ ବାଦ୍ୟ ବାଜଣା ସହକାରେ ଗ୍ରାମ ପରିକ୍ରମା କରାଇଥିଲେ। ବାଚସ୍ପତି ନବନିର୍ମିତ ପ୍ରାଥମିକ ଉପ ସ୍ୱାସ୍ଥ୍ୟକେନ୍ଦ୍ର କୁ ଉଦଘାଟନ କରିଥିଲେ।ପରେ ଯାତ୍ରିବିଶ୍ରାମାଗାର ଓ ନବ ନିର୍ମିତ କଲ୍ୟାଣ ମଣ୍ଡପ କୁ ସେ ଉଦଘାଟନ କରିଥିଲେ।ସେଠାରୁ ବାଚସ୍ପତି ତେଣ୍ଟୁଆ ପଡ଼ା ଗାଁ ରେ ପହଞ୍ଚିଥିଲେ।ଗ୍ରାମବାସୀ ଙ୍କ ପକ୍ଷରୁ ବାଚସ୍ପତିଙ୍କୁ ଉତ୍ସୋର୍ଶିତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଗ୍ରାମର ନବ ନିର୍ମିତ ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀଗୃହ କୁ ସେ ଉଦଘାଟନ କରିଥିଲେ। ହରିଜନ ସାହି କୋଠ ଘର ନିମନ୍ତେ ସେ ଭୂମି ପୂଜନ କରିବାସହ ନବନିର୍ମିତ ଗ୍ରାମ୍ୟ କଲ୍ୟାଣ ମଣ୍ଡପ କୁ ଉଦଘାଟନ କରିଥିଲେ। ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ, ଜିଲା ପରିଷଦ ସଦସ୍ୟା କୋରି ସେଠୀ, ବିଡିଓ ହଳଧର ଶବର,ନିର୍ବାହୀ ଅଧିକାରୀ ଛବି ବେହେରା, ପ୍ରଶାନ୍ତ ପ୍ରଧାନ,ରାମଚନ୍ଦ୍ର ପ୍ରଧାନ,ନକୁଳ ପ୍ରଧାନ, ଆପନା ପ୍ରଧାନ, ତ୍ରିନାଥ ପ୍ରଧାନ,ମହେଶ ପ୍ରଧାନ,ସୁନିଲ ପ୍ରଧାନ, ବାପୁଜୀ ପ୍ରଧାନ, ୱାର୍ଡ ସଭ୍ୟ ଜୁର ବିଷୋୟୀ ଙ୍କ ସମେତ ପଞ୍ଚାୟତର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଅପରାହ୍ନ ପ୍ରାୟ ସାଢେ଼ ୪ ଟା ରେ ବାଚସ୍ପତି ଦିଗପହଣ୍ଡି ଏନ୍ ଏ ସି ଅଧିନ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରର ପହଞ୍ଚିଥିଲେ।ଏନ୍ ଏ ସି ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରର ବିଭିନ୍ନ ୱାର୍ଡ ଅଧିନ ସାହି ମାନଙ୍କ ରେ କଚ୍ଚା ଘରେ ରହୁଥିବା ୪୫ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଓ କନିଷ୍ଠ ଯନ୍ତ୍ରୀ ଇଂ. ପବିତ୍ରା ପ୍ରଧାନ ଙ୍କ ମିଳିତ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଙ୍କ ସମେତ ସୁଶାନ୍ତ କୁମାର ପାତ୍ର,ପ୍ରଦୀପ ପଣ୍ଡା, ସଂଯୁକ୍ତା ଦଳେଇ,ରମେଶ ଜେନା, ମାଗି ସେଠୀ,ଟୁଲୁ ସେଠୀ ଙ୍କ ସମେତ ଏନ୍ ଏ ସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।