ଭୁବନେଶ୍ୱର – ରବିବାର ଦିନ ଭୁବନେଶ୍ୱରସ୍ଥିତ ପୂର୍ବତଟରେଳବାଇ ଅଡିଟୋରିୟମ ପାଳନ ହେବାକୁ ଯାଉଛି ଢେଙ୍କାନାଳ ଉତ୍ସବ । ଢେଙ୍କାନାଳ ସାଂସ୍କୃତିକ ପରିଷଦଆନୁକୂଲ୍ୟରେ ସକାଳ ୯.୦୦ଟାରୁ ରାତି ୯.୦୦ଟା ପର୍ଯ୍ୟନ୍ତ ଏହି ଉତ୍ସବ ଅନୁÂିତ ହବ । ଚଳିତ ବର୍ଷ ଢେଙ୍କାନାଳଉତ୍ସବର ଏହା ୨ୟ ସଂସ୍କରଣ । ଢେଙ୍କାନାଳ ଜିଲ୍ଲାରେ ଜନ୍ମଲାଭ କରିଥିବା ତଥା ଭୁବନେଶ୍ୱର ଏବଂ କଟକରେ ସ୍ଥାୟୀଭାବରେ ବସବାସ କରୁଥିବା ବ୍ୟକ୍ତିମାନଙ୍କୁ ନେଇ ଗଠନ ହୋଇଛି ଢେଙ୍କାନାଳ ସାଂସ୍କୃତିକ ପରିଷଦ । ଏହି ପରିଷଦପକ୍ଷରୁ କ୍ରମାଗତ ୨ୟ ବର୍ଷ ପାଇଁ ରାଜଧାନୀରେ ଆୟୋଜନ ହେବାକୁ ଯାଉଛି ଢେଙ୍କାନାଳ ଉତ୍ସବ ।
ଏହି ଉତ୍ସବରେ ବହୁ ସଂଖ୍ୟାରେ ଢେଙ୍କାନାଳର ଭାଇ ଓ ଭଉଣୀମାନଙ୍କୁ ଢେଙ୍କାନାଳ ଉତ୍ସବରେଯୋଗଦେବାକୁ ଆହ୍ୱାନ କରାଯାଇଛି । ଏହି କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଆଲୋଚନା ଚକ୍ର, ଢେଙ୍କାନାଳ ମାଟିରଇତିହାସ ଓ ଗୌରବମୟ ଅଧ୍ୟାୟ ଉପରେ ଆଲୋଚନା, ସାଂସ୍କୃତିକ ଉତ୍ସବ ଢେଙ୍କାନାଳକୁ ନେଇ ପ୍ରକାଶିତ ହେଉଥିବାସ୍ମରଣିକା ମଦ୍ୟ ଏହି ଅବସରରେ ଶୁଭ ଉନ୍ମୋଚନ ହେବ । ଏହି ଉତ୍ସବରେ ଯୋଗଦେଇ ରାଜଧାନୀରେ ଢେଙ୍କାନାଳରପ୍ରସିଦ୍ଧ ଖାଦ୍ୟଗୁଡ଼ିକର ମଜା ନେଇପାରିବେ ଆପଣ ।
ଢେଙ୍କାନାଳ ଉତ୍ସବରେ ବିଶେଷ ଭାବେ ଢେଙ୍କାନାଳର ପ୍ରସିଦ୍ଧ ଖାଦ୍ୟ, ହସ୍ତଶିଳ୍ପ, କୁଟୀରଶିଳ୍ପ, ଢେଙ୍କାନାଳକୁ ନେଇ ସ୍ୱତନ୍ତ୍ର ପୁସ୍ତକ ଷ୍ଟଲ ମଧ୍ୟ ପଡ଼ିବ । ରାଜଧାନୀରେ ଥାଇ ଢେଙ୍କାନାଳ ଭାଇ ଭଉଣୀମାନେ ନିଜମାଟିର ବାସ୍ନାକୁ ନିଜ ସଂସ୍କୃତିକୁ ଏହି ଉତ୍ସବରେ ଅନୁଭବ କରିପାରିବେ । ଉତ୍ସବରେ ଯୋଗଦେବା ପାଇଁ ପ୍ରତିସଦସ୍ୟଙ୍କ ପିଛା ପଞ୍ଜିକରଣ ଶୁଳ୍କ ସର୍ବନିମ୍ନ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ଏବଂ ପରିବାର ପିଛା ସର୍ବନିମ୍ନ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଉତ୍ସବରେ ଯୋଗଦାନ କରିଥିବା ସଦସ୍ୟଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ରାତ୍ରୀଭୋଜନର ବ୍ୟବସ୍ଥା ରହିଛି । ଢେଙ୍କାନାଳ ଉତ୍ସବରେ ଢେଙ୍କାନାଳ ମାଟିର ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ଢେଙ୍କାନାଳ ମାଟିର ଗୌରବ ଇତିହାସ ସାଂସ୍କୃତିକ ପରମ୍ପରାକୁ ଜାତୀୟ ସ୍ତରରେ ତଥାବିଶ୍ୱସ୍ତରରେ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଢେଙ୍କାନାଳ ଜିଲ୍ଲା ବାହାରେ ରାଜଧାନୀ ଭୁବନେଶ୍ୱରରେଏପରି ଏକ ଉତ୍ସବର ଆୟୋଜନ କରାଯାଉଅଛି । ଉତ୍ସବରେ ବହୁସଂଖ୍ୟାରେ ଢେଙ୍କାନାଳ ଭାଇ ଭଉଣୀଙ୍କୁ ନିଜ ନାମପଞ୍ଜିକରଣ ପାଇଁ ଢେଙ୍କାନାଳ ସାଂସ୍କୃତିକ ପରିଷଦ ପକ୍ଷରୁ ନିବେଦନ କରାଯାଉଛି ।