ବେଜିଂ – ଚୀନରେ ନୋବେଲ କରୋନା ଭାଇରସର ସଂକ୍ରମଣରେ ବର୍ତମାନ ସୁଦ୍ଧା ୧୬ ଶହ ଜଣଙ୍କର ମୃତ୍ୟୁ ଘଟିଛି । ହୁବେଇ ରାଜ୍ୟରେ ଗତ କାଲି ୧୩୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି । ଏହି ରାଜ୍ୟର ସ୍ୱାସ୍ଥ୍ୟ କମିଶନ ୧୮୪୩ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା କହିଛି । ବର୍ତମାନ ସୁଦ୍ଧା ୬୮ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି ।
ଏସିଆ ବାହାରେ ଶନିବାର ଦିନ ଫ୍ରାନ୍ସରେ ଜଣେ ବ୍ୟକ୍ତି ଏହି ମହାମାରୀ କାରଣରୁ ମୃତ୍ୟୁବରଣ କରିଥିବା ଖବର ବୈଶ୍ୱିକ ସ୍ତରରେ ଚିନ୍ତା ବଢାଇ ଦେଇଛି ।