ଭୁବନେଶ୍ୱର। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଗାମୀ 28 ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ 28 ତାରିଖ ଦିନ ଭୁବନେଶ୍ୱର ଠାରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ତା ପର ଦିନ ଅର୍ଥାତ 29 ତାରିଖ ଦିନ ଶ୍ରୀ ଶାହ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥ ଓ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିବେ । ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ଆସୁଛନ୍ତି । ଏହି ସରକାରୀ କାର୍ଯ୍ୟକ୍ରମ ପରେ ଅପରାହ୍ନରେ ସେ ନାଗରିକତା ସଂଶୋଧନ ଆଇନର ସମର୍ଥନରେ ପାର୍ଟୀ ତରଫରୁ ଆୟୋଜିତ ହେବାକୁ ଥିବା ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏଥିରେ ଏକ ଲକ୍ଷ ଲୋକ ଯୋଗ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
Related Stories
November 22, 2024