ଭୁବନେଶ୍ୱର। ରାଜ୍ୟ ସରକାର ନିଯୁକ୍ତିକୁ ନେଇ ଶ୍ୱେତ ପତ୍ର ଜାରୀ କରନ୍ତୁ ବୋଲି ଦାବି କରିଛି ବିଜେପି । ରବିବାର ଦିନ ବିଜେପି କାର୍ଯ୍ୟାଳୟ ଠାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ପାର୍ଟୀ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି ଦେବା କ୍ଷେତ୍ରରେ ଅଜବ ନୀତି ଆପଣେଇଛନ୍ତି । ସରକାର କେତେ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ଓ କେତେ ଶିଳ୍ପ ଆଣିଛନ୍ତି ତାକୁ ନେଇ ଏକ ଶ୍ୱେତ ପତ୍ର ଜାରୀ କରନ୍ତୁ । ରାଜ୍ୟ ସରକାରଙ୍କ ପାଖରେ କିଛି ଯୋଜନା ନାହିଁ । କିଛି ଲୋକଙ୍କୁ ସ୍କିଲ କରିଦେଇ ଚୁପ୍ ରହିଯିବା ଉଚିତ ନୁହଁ । ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଯୋଉ ଶିଳ୍ପ ପ୍ରତିଷ୍ଠା ସହ ଏମଓୟୁ କରୁଛନ୍ତି ଆଉ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ତାହାର ରିପୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇ ନାହିଁ । ଏହା ସହ ରାଜ୍ୟରେ ନରେଗା କାମ କରୁ ନାହିଁ ଏଥିରେ ବି କିଛି ନିଯୁକ୍ତି ସୁଯୋଗ ରହୁଛି ହେଲେ ଏହା ରାଜ୍ୟରେ ରାଜ୍ୟ ସରକାରଙ୍କର ଆନ୍ତରିକତା ଅଭାବ ରହିଛି ବୋଲି ସେ କହିଛନ୍ତି ।