ନୂଆଦିଲ୍ଲୀ – କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ ଆଜି ଜାମିଆ ହମଦର୍ଦ ବିଶ୍ୱ ବିଦ୍ୟାଳୟରେ ପରମ୍ପରାଗତ ଚିକିତ୍ସା ବିଜ୍ଞାନ ଉପରେ ଅନୁÂିତ ହେବାକୁ ଥିବା ଆନ୍ତର୍ଜାତିକ ସମ୍ମିଳନୀର ଉଦ୍ଘାଟନ କରିବେ । ସପ୍ତମ ଇଂଟରନ୍ୟାସନାଲ କଂଗ୍ରେସ ଅଫ୍ ଦି ସୋସାଇଟି ଫର୍ ଏଥନଫାର୍ମାକୋଲୋଜି ପକ୍ଷରୁ ତିନିଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ । ଏଥିରେ ସମଗ୍ର ବିଶ୍ୱର ବିଶେଷଜ୍ଞମାନେ ଭାଗ ନେବେ ।
ଏହି ଅବସରରେ ପରମ୍ପରାଗତ ଚିକିତ୍ସା ପଦ୍ଧତି ଗୁଡ଼ିକର ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ଜାମିଆ ହମଦର୍ଦ ବିଶ୍ୱବିଦ୍ୟାଳୟର ଆୟୋଜନ ସଚିବ ଡ. ସହିଦ୍ ଅହମ୍ମଦ କହିଛନ୍ତି ଯେ, ଏହି ସମ୍ମିଳନୀରେ ଆମେରିକା, ବି୍ରଟେନ, ଜର୍ମାନୀ, ଅଷ୍ଟେ୍ରଲିଆ, ଜାପାନ, ଚୀନ ସମେତ ପାଖାପାଖି ୪୦ଟି ଦେଶରୁ ୧୦୦ରୁ ଅଧିକ ବିଶେଷଜ୍ଞ ଭାଗ ନେବେ । ସେମାନେ ପରମ୍ପରାଗତ ଚିକିତ୍ସା ବିଜ୍ଞାନ ଉପରେ ନିଜର ବକ୍ତବ୍ୟ ରଖିବେ । ଏଥିରେ ୨ ହଜାରରୁ ଅଧିକ ପ୍ରତିନିଧି ଭାଗ ନେବେ । ଔଷଧିୟ ବୃକ୍ଷ ର ବ୍ୟବହାରକୁ ନେଇ ୯୦୦ ରୁ ଅଧିକ ପ୍ରେଜେଂଟେସନ ଏଥିରେ ଦିଆଯିବ ।