ଭୁବନେଶ୍ୱର। କେନ୍ଦୁଝର ଜିଲ୍ଲାର ଯୋଡା ଥାନା ଅନ୍ତର୍ଗତ ମହାବୀର ଛକରେ ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି ।ମିଳିଥିବା ସୂଚନା ଅନୁସାରେ ମୃତ ମହିଳା ଜଣଙ୍କ ହେଉଛନ୍ତି ଝାଡଖଣ୍ଡ ସଢ଼େଇକଳା ଅଂଚଳର କୁସୁମ ମହାନ୍ତି । ମହିଳା ଜଣକ, ନିଜର ଜଣେ ସମ୍ପର୍କୀୟଙ୍କୁ ଦେଖା କରିବାକୁ ନିଜର ପୁତୁରାଙ୍କ ସହ ଏକ ବାଇକ୍ ଯୋଗେ କମାରଯୋଡ଼ା ଡାକ୍ତରଖାନାକୁ ଯାଉଥିଲେ । ତେବେ ମହାବୀର ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ପଡିଯାଇଥିଲା ଓ ମହିଳା ତଳେ ପଡିଯାଇଥିଲେ ଏବଂ ତତକ୍ଷଣାତ ଏକ ୧୨ ଚକିଆ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା, ଫଳରେ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣା ପଡିଛି ।
Related Stories
                        
            
                
                            
                    
                        October 30, 2025            
            
            
                                    
            
                        
                                
                            
 
                    







