ଭୁବନେଶ୍ୱର– ବାଚସ୍ପତି ଦେଇଥିବା ରୁଲିଂକୁ ପ୍ରତ୍ୟାହାର କରିବାକୁ ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନଙ୍କର ହଟ୍ଟଗୋଳ ଯୋଗୁ ପ୍ରଶ୍ନୋତ୍ତର କାର୍ଯକ୍ରମ ଚାଲି ପାରି ନ ଥିଲା ।ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗୃହର ବୈଠକ ଆରମ୍ଭ ହେବାକୁ ଗଲା ବେଳେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସଦସ୍ୟ ମାନେ ଗୃହର ମଧ୍ୟ ଭାଗକୁ ପଳାଇ ଆସି ଗତକାଲି ଦେଇଥିବା ରୁଲିଂକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଅନ୍ୟ ପକ୍ଷରେ ବିଜେପିର ସଦସ୍ୟ ମାନେ ମଧ୍ୟ ଅନୁରୂପ ଭାବେ ଗୃହ ମଧ୍ୟକୁ ଚାଲି ଆସି ରୁଲିଂ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ବାଚସ୍ପତି ହଟ୍ଟଗୋଳ ଦେଖି ସଙ୍ଗେ ସଙ୍ଗେ ଅର୍ଥାତ ୧୦.୩୦ ସମୟରେ ଗୃହକୁ ଏକ ଘଂଟା ପାଇଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
Related Stories
September 20, 2024
September 20, 2024