ନାଗପୁର– ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସରକାର୍ଯ୍ୟବାହ ଡ. ମନମୋହନ ବୈଦ୍ୟ କହିଛନ୍ତି ଯେ ରାଷ୍ଟ୍ରୀୟ ଓ ରାଷ୍ଟ୍ରବାଦୀ ଏହି ଦୁଇ ଶବ୍ଦ ମଧ୍ୟରେ ପ୍ରଭେଦ ରହିଛି । ରାଷ୍ଟ୍ରବାଦୀ ଶବ୍ଦ ପାଶ୍ଚାତ୍ୟ ଅବଧାରଣାରୁ ନିର୍ମିତ ହୋଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଷ୍ଟ୍ରବାଦୀ ନୁହେଁ ରାଷ୍ଟ୍ରୀୟ ଝିଲ ଫାଉଣ୍ଡେସନ ଓ ବେଷ୍ଟର୍ନ କୋଲଫିଲ୍ଡ ଦ୍ୱାରା ମିଳିତ ଭାବେ ସୋହମ କମ୍ପେ୍ଲକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ବୈଦ୍ୟ ଏହା କହିଛନ୍ତି ।
ସେ କହିଛନ୍ତି ଯେ ସଂଘର ସ୍ୱୟଂସେବକ ମାନଙ୍କୁ ରାଷ୍ଟ୍ରବାଦୀ ବୋଲି କୁହା ଯାଏ । ଆମେ ନିଜକୁ ରାଷ୍ଟ୍ରବାଦୀ ବୋଲି କହୁ, ଆମର କିଛି ଲୋକ ମାନେ ହିନ୍ଦୁ ରାଷ୍ଟ୍ରବାଦ ଶବ୍ଦର ବ୍ୟବହାର ଜୋରସୋରରେ କରିଥାନ୍ତି । ସେ କହିଛନ୍ତି ଯେ ଏହି ଶବ୍ଦ ଆମର ନୁହେଁ । ଆମ ଠାରେ ରାଷ୍ଟ୍ରବାଦ ଆଗରୁ ମଧ୍ୟ ନ ଥିଲା, ଏବେ ମଧ୍ୟ ନାହିଁ । ଏହି ଶବ୍ଦ ପାଶ୍ଚାତ୍ୟରୁ ଆସିଛି । ପାଶ୍ଚାତ୍ୟ ଜଗତରେ ଷ୍ଟେ୍ଟ ନେସନର ସଂକଳ୍ପନା ରହିଛି । ସେଠାରେ ଲୋକ ମାନେ ରାଷ୍ଟ୍ରବାଦ (ନ୍ୟାସନିଲିଜମ) ନାମରେ ଲୋକ ମାନଙ୍କ ଉପରେ ଅତ୍ୟାଚାର କରିଥିଲେ । କ୍ଷମତା ବିସ୍ତାର କରିବା ପାଇଁ ଯୁଦ୍ଧ କରିଥିଲେ । ଭାରତରେ ରାଷ୍ଟ୍ରକୁ ନେଇ ଅବଧାରଣା ହେଉଛି ସାଂସ୍କୃତିକ । ଏହା ଜୀବନ ଦୃଷ୍ଟି ଉପରେ ଆଧାରିତ । ଏହା କେବେ ହେଲେ ଷ୍ଟେଟ ଆଧାରିତ ନ ଥିଲା । ଆମେ ରାଷ୍ଟ୍ର, ରାଷ୍ଟ୍ରୀୟ, ରାଷ୍ଟ୍ରୀୟତା ଆଦି ଶବ୍ଦ ଜରିଆରେ ନିଜ କଥା କହି ପାରିବା ତେଣୁ ପାଶ୍ଚାତ୍ୟ ଦେଶ ମାନଙ୍କରେ ଲଦା ଯାଇଥିବା ଶବ୍ଦ ରାଷ୍ଟ୍ରବାଦର ବ୍ୟବହାର କାହିଁକି କରିବା ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଆଉ ଏକ ଶବ୍ଦ କଟ୍ଟର ପ୍ରଚଳିତ ହେଉଛି । ସେ କହିଛନ୍ତି ଯେ କଟ୍ଟର ଶବ୍ଦର ନିର୍ମାଣ ଇଂରାଜୀ ଭାଷାର ଫଣ୍ଡାମେଂଟାଲିଜମ ଶବ୍ଦରୁ ହୋଇଛି । ଏଠାରେ ଆମର କିଛି ଲୋକ କହିଥାନ୍ତି ଯେ ସେ ଜଣେ କଟ୍ଟର ହିନ୍ଦୁ । ଶ୍ରୀ ବୈଦ୍ୟ କହିଛନ୍ତି ଯେ ହିନ୍ଦୁ କେବେ ହେଲେ କଟ୍ଟର ହୋଇ ପାରିବ ନାହିାଁ ଯଦି କେହି କଟ୍ଟର ତେବେ ସେ ହିନ୍ଦୁ ହୋଇ ପାରିବ ନାହିଁ ।
ଡ. ବୈଦ୍ୟ କହିଛନ୍ତି ଯେ ହିନ୍ଦୁ ଆସର୍ଟିଭ ହୋଇ ପାରେ, ଆଗ୍ରେସିଭ ହୋଇ ପାରେ ବା ଏଂଗ୍ରି ହୋଇ ପାରେ ହେଲେ କଟ୍ଟର ହୋଇ ପାରିବ ନାହିଁ । କେତେକ ସ୍ୱୟଂସେବକ ନିଜକୁ କଟ୍ଟର ସ୍ୱୟଂସେବକ କହନ୍ତି । କିନ୍ତୁ ଏହା ଠିକ ନୁହେଁ । ସ୍ୱୟଂସେବକ ନିÂାବାନ, ସମର୍ପିତ ଓ ସକ୍ରିୟ ହୋଇ ପାରେ ହେଲେ ସେ କଟ୍ଟର ହୋଇ ପାରିବ ନାହିଁ ।
ଡ. ବୈଦ୍ୟ କହିଛନ୍ତି ଯେ ପାଶ୍ଚାତ୍ୟ ଜଗତରୁ ଆସିଥିବା ଶବ୍ଦ ଗୁଡିକର ଅବଧାରଣା ଭିନ୍ନ ରହିଥାଏ, ତେଣୁ ଆମକୁ ପାଶ୍ଚାତ୍ୟ ଜଗତ ଦ୍ୱାରା ଲଦା ଯାଉଥିବା ଶବ୍ଦ ଗୁଡିକର ବ୍ୟବହାର ନ କରିବା ଆବଶ୍ୟକ ।
ବିଚାରଧାରା ଶବ୍ଦ ସମ୍ପର୍କରେ ସେ କହିଛନ୍ତି ଆଇଡିଓଲଜି ଶବ୍ଦରୁ ହିନ୍ଦୀ ଭାଷା ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ବିଚାରଧାରା ଶବ୍ଦ ପ୍ରଚଳିତ ହୋଇଛି । କିନ୍ତୁ ଆଇଡିଓଲଜି ଶବ୍ଦ କମ୍ୟୁନିଜମରୁ ଆସିଛି । ଆଇଡିଓଲଜିରେ ଅନ୍ୟ ଠାରୁ ଅଲଗା ରଖିବାର ବିଚାର ଅନ୍ତର୍ନିହିତ ରହିଛି । ଡ. ବୈଦ୍ୟ କହିଛନ୍ତି ଯେ କମ୍ୟୁନିଷ୍ଟ ନିଜକୁ ଲେଫ୍ଟ ବୋଲି ମାନି ଯିଏ ତାଙ୍କ ଭଳି ବିଚାର ରଖେ ନାହିଁ ତାଙ୍କୁ ରାଇଟିଷ୍ଟ ବୋଲି କହିଥାନ୍ତି । ଡ. ବୈଦ୍ୟ କହିଛନ୍ତି ଯେ ଶବ୍ଦର ପ୍ରୟୋଗ କରିବା ପୂର୍ବରୁ ତା ପଛରେ ଥିବା ଅବଧାରଣା ସମ୍ପର୍କରେ ବୁଝି ସ୍ପଷ୍ଟ ହୋଇ ଯିବା ଆବଶ୍ୟକ ।