ଭୁବନେଶ୍ୱର- ଗଣମାଧ୍ୟମ ଉପରେ ଖବର ପ୍ରସାରଣ ନେଇ ଗତକାଲି ବାଚସ୍ପତି ଦେଇଥିବା ରୁଲିଂ ତୁରନ୍ତ ଫେରେଇ ନିଅନ୍ତୁ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଦାବି କରିଛନ୍ତି । ସେ କହିଛନ୍ତି ଯେ ଏଭଳି ରୁଲିଂ ଆଦୌ ଗ୍ରହଣୀୟ ନୁହେଁ । ବାଚସ୍ପତି ବିଧାୟକ ଓ ଗଣମାଧ୍ୟମର କଣ୍ଠରୋଧ କରନ୍ତୁ ନାହିଁ । ବିଧାୟକ ଯଦି ଗୃହର ମଧ୍ୟ ଭାଗକୁ ଯିବେ ନାହିଁ ତେବେ କେମିତି ପ୍ରତିବାଦ କରିବେ । ବାଚସ୍ପତି ବିଧାନସଭାକୁ ଯେମିତି ଚଳାଇବା କଥା ସେମିତି ନ ଚଳାଇ ମନଇଛା ଚଳାଉଛନ୍ତି । କୌଣସି ପ୍ରସଙ୍ଗ ଉପରେ ସଠିକ ଉତର ନମିଳିଲେ ବିଧାୟକ ମାନେ ବାଧ୍ୟ ହୋଇ ୱେଲ ଭିତରକୁ ଯାଆନ୍ତି ବୋଲି ସେ କହିଛନ୍ତି ।
Related Stories
November 23, 2024