ଭୁବନେଶ୍ୱର – ବାଚସ୍ପତି ଗୋଟିଏ ଦିନ ପାଇଁ ରୁଲିଂ ଦେଇଥିଲେ । ରାଜ୍ୟସଭା, ଲୋକସଭା ଏବଂ ବିଧାନସଭାର ନୀତି ନିୟମ ଅନୁଯାୟୀ ବାଚସ୍ପତି ରୁଲିଂ ଦେଇଥିଲେ ବୋଲି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି । ଗତକାଲି ଗୃହରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦେଇଥିବା ରୁଲିଂ କୁ ନେଇ ବିରୋଧ ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ବିରୋଧୀଙ୍କ ଦାବି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଶାସକ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ ଏହା କହିଥିଲେ । ସେ ଆହୁରି କହିଥିଲେ ଯେ ବିଧାନସଭା ନୀତି ନିୟମରେ ଚାଲୁଛି ।ଏଥିରେ ବିରୋଧୀ ଦଳ ଉତକ୍ଷିପ୍ତ ହେଲେ କିଏ ବା କଣ କରିବ ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024