
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରେଙ୍ଗେଲୁଣ୍ଡା ବ୍ଲକ ଅନ୍ତର୍ଗତ ମେଣ୍ଡରାଜପୁର ଠାରେ ଯାତ୍ରୀ ବାହୀ ବସ ବିଦ୍ୟୁତ୍ ସଂଷ୍ପର୍ଶରେ ଆସି 10 ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ 20 ଅଧିକା ଲୋକ ଆହାତ ହୋଇଥିଲେ । ଏହି ଦୁର୍ଘଟଣାରେ ନିଜ ଆତ୍ମିୟ ମାନଙ୍କୁ ହରାଇ ସମ୍ପୁର୍ଣ୍ଣଭାବେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ତେବେ ଏଭଳି ଏକ ଦୁଃଖଦ ଘଟଣାପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୃତଙ୍କ ପରିବାରବର୍ଗଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ସମବେଦନା ଜଣାଇଛନ୍ତି । ଏହି କ୍ରମରେ ଆଜି ବିଭିନ୍ନ ରାଜନୈନିତ ଦଳ , ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମ୍ୱାଦିକ ଓ ଯୁବ ବର୍ଗଙ୍କ ପକ୍ଷରୁ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା , ମୃତଙ୍କ ଅମର ଆତ୍ମର ସଦଗତି ଓ ଆହାତ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ସହରର ଗାନ୍ଧୀନଗର ଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦ୍ୱିପ ପ୍ରଦାନ କରାଯାଇଛି । ଏଥିରେ ସମସ୍ତ ବ୍ୟକ୍ତି ବିଶେଷ ଯୋଗ ଦେଇ ପ୍ରଥମେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସାମ୍ୱାଦିକ ଶିବରାମ ଚୌଧୂରୀ ଦୁର୍ଘଟଣା ସମ୍ପର୍କରେ ନିଜର ଅନୁଭୂତି ଜଣାଇଥିବା ବେଳେ ଏହି ଶ୍ରଦ୍ଧାଞ୍ଜଳି ସଭାର ଆରମ୍ଭ କରିଥିଲେ । ମହାନଗର ଯୁବ ବିଜେଡିର ଆର. ମୁରଲୀ ମୋହନ ଓ ମୁକୁନ୍ଦ ଗୌଡ଼ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କରି ଦ୍ୱାଦଶ କାର୍ଯ୍ୟରେ ସମସ୍ତେ ଯୋଗ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହା ସହ ଚିକିଟି ନିର୍ବାଚନ ମଣ୍ଡଳି ଏକସିଙ୍ଗି ଗ୍ରାମର ସରପଞ୍ଚ ତଥା ଡଙ୍କଲପାଡୁ ଗାଁର ସିଏଚ୍. ସୁଧାକର ରେଡ୍ଡୀ ଏଥିରେ ଯୋଗ ଦେଇ ସମସ୍ତ ମୃତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହାତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହା ସହ ଘଟଣାଦିନ ପ୍ରତ୍ୟକ୍ଷଦର୍ଶୀଭାବେ ନିଜର ଅନୁଭୂତି ଜଣାଇବା ସହ ଦୁର୍ଘଟଣା ପରେ ସମସ୍ତ ବର୍ଗର ଲୋକେ ଏଥିରେ ସାମିଲ ହୋଇ ସାହାର୍ଯ୍ୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ବର୍ତ୍ତମାନ କଟକ ଏସସିବି ମେଡିକାଲରେ 7ଜଣ ଆହାତଙ୍କ ଚିକିତ୍ସା ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ବର୍ତ୍ତମାନ ମଧ୍ୟ ସଙ୍କଟାପନ୍ନ ରହିଛି । ବି. ସାରଦାଙ୍କ ଗୋଡ଼ କାଟିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ବି. ମହାଲକ୍ଷ୍ମୀ କୋମାର ଥିବା ଅଛନ୍ତି । ଏଣୁ ତାଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହା ସହ ବରିଷ୍ଠ ସାମ୍ୱାଦିକ ଶିଶିର ପାଣିଗ୍ରାହୀ ଏହି ଅବସରରେ ପ୍ରତ୍ୟେକ ମୃତକଙ୍କୁ 10 ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବା ସହ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଜଣାଇଥିଲେ । ଏଥିରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବବୁମୂଖୀ ସଂଘର ସଭାପତି ଯୋଗ ଦେଇ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ବ୍ରହ୍ମପୁର ବଡ଼ ମେଡିକାଲରେ ତୁରନ୍ତ ବର୍ନ ୟୁନିଟ୍ ଖୋଲିବାକୁ ଦାବୀ କରିଥିଲେ । ଶେଷରେ ସାମ୍ୱାଦିକ ସୁଦିପ୍ ସାହୁ ଏଭଳି ଦୁର୍ଘଟଣା ଯେଭଳି ନ ଦୋହରାଉ ସେଥିପାଇଁ ସମସ୍ତେ ଯନ୍ନବାନ ହେବା ଆବଶ୍ୟକ ବୋଲି ମତ ପୋଷଣ କରିଥିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିରେ ଆର ମୁରଲୀ ମୋହନ, ମୁକୁନ୍ଦ ଗୌଡ଼, ସିମାଞ୍ଚଳ ସାହୁ, ସୂର୍ଯ୍ୟକାନ୍ତ ସୁବୁଦ୍ଧି,ବିଜୟ ଭାସ୍କର ସିଂ ସାମନ୍ତ, ରାମ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ବିକାଶ ପାଣିଗ୍ରାହୀ, କିରଣ କୁମାର ସାହୁ, କମଲ ପାତ୍ର, ମଧୁସୂଦନ ସାହୁ, ପିଣ୍ଟୁ ସାହୁ, ପ୍ରସନ୍ନ ସ୍ୱାଇଁ, ଆଲୋକ ଶତପଥୀ, ଭଗବାନ ଭୂୟାଁ, ରାଜୁ ବେହେରା, ଅରୁଣ ଗୌଡ଼, ଆର. କ୍ରିଷ୍ଣା ରେଡ୍ଡୀ ଓ ସାମ୍ୱାଦିକଙ୍କ ମଧ୍ୟରେ ଶିଶିର ପାଣିଗ୍ରାହୀ, ସୁଦିପ୍ ସାହୁ, ଲକ୍ଷ୍ମୀ ବେଜ୍ , ଶିବ ଦଳେଇ, ମାନସ ବିଷୋୟୀ, ଶିବରାମ ଚୌଧୂରୀ, ଆଲୋକ ସାହୁ, ପିତାମ୍ୱର ନାହାକ, ବିଶ୍ୱନାଥ ମାରଣା, ଡି. ଗୋପାଳ କୃଷ୍ଣ ରେଡ୍ଡୀ, ସଞ୍ଜୟ ପଣ୍ଡା, ମନୋଜ ପଣ୍ଡା, ସଚିନ ବେହେରା, ଦିନେଶ ପଟ୍ଟନାୟକ, ଅଭିଜିତ୍ କର, ଲିକୁ ଡାକୁଆ, ସୁଦାମ ବେହେରା, ସ୍ୱାଧୀନ ସାହୁ ଓ କୁନାଲ ରଣା ପ୍ରମୁଖ ଉପସ୍ଥିତ ଥିଲେ ।