କନ୍ଧମାଳ – ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେଉଛି. ଜିଲ୍ଲାରେ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ଓ ଅବାଧ କରିବା ପାଇଁ ଆଜି ଜିଲ୍ଲାପାଳ ଡା ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଟିତ ହୋଇଯାଇଛି. ବୈଠକରେ ଜିଲା ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ, ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଯେନା ଓ ସ୍କୁଲ ସିଆଇ ସଂଜିବ କୁମାର ବଳିଆରସିଂ ପ୍ରମୁଖଙ୍କ ସମେତ ସମସ୍ତ ବ୍ଲକ ଶିକ୍ଷାଧିକାରୀ, ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷମାନେ ଯୋଗଦେଇଥିଲେ. ପରୀକ୍ଷା ସୁପରିଚାଳନା ନେଇ ବୋଡର଼୍ର ନିୟମାବଳି ସର୍ମ୍ପକରେ ସମସ୍ତଙ୍କୁ ଅବଗତ କରାଯାଇଥିଲା ପରୀକ୍ଷା କେନ୍ଦ୍ରକୁ ଅଧକ୍ଷଙ୍କ ବ୍ୟତିତ ଅନ୍ୟ କେହି ମୋବାଇଲ ନେଇପାରିବେ ନାହିଁ. ପ୍ରଶ୍ନପ୍ରତ ଭାଇରାଲ ନେଇ ସମସ୍ତଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ. ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାରେ ଯେଭଳି କୈାଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ. ବିଭ୍ରାଟ ବିଭ୍ରାଟ, ପ୍ରଶ୍ନ୍ପତ୍ର ଭାଇରାଲ ଓ କପି କରିବାକୁ ପ୍ରୋତ୍ସାହନ ଦିଆଗଲେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁ Â ାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଚେତାଇ ଦେଇଥିଲେ. କପି ରୋକିବାକୁ ତ୍ରିସ୍ତରୀୟ ସ୍କାଡ଼୍ ବ୍ୟବସ୍ଥା କରାଯାଇଥିବା ବେଳେ ଜିଲାପାଳ, ଜିଲା ଶିକ୍ଷା ଅଧିକାର ଓ ବୋଡର଼୍ର ସ୍କାଡ଼ ପାର୍ଟି ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଳି ତଦାରଖ କରିବେ ବୋଲି ସୂଚନା ମିଳିଛି. ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଦୁଇଟି ସ୍କାଡ଼ ଗଠନ କରାଯାଇଥିବା ବେଳେ ଜିଲ୍ଲା ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ସ୍ୱାଡ଼ ଗଠନ କରି ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି. ପରୀକ୍ଷା ଯପେରି ସୁପରିଚାଳିତ ଏବଂ ଶୃଙ୍ଖଳିତ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ. ଜିଲା ଶିକ୍ଷା ଅଧିକାର ଓ ବୋଡର଼୍ର ସ୍କାଡ଼ ପାର୍ଟି ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଳି ତଦାରଖ କରିବେ ବୋଲି ସୂଚନା ମିଳିଛି. ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଦୁଇଟି ସ୍କାଡ଼ ଗଠନ କରାଯାଇଥିବା ବେଳେ ଜିଲ୍ଲା ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ସ୍ୱାଡ଼ ଗଠନ କରି ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି. ପରୀକ୍ଷା ଯପେରି ସୁପରିଚାଳିତ ଏବଂ ଶୃଙ୍ଖଳିତ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ. ଜିଲା ଶିକ୍ଷା ଅଧିକାର ଓ ବୋଡର଼୍ର ସ୍କାଡ଼ ପାର୍ଟି ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଳି ତଦାରଖ କରିବେ ବୋଲି ସୂଚନା ମିଳିଛି. ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଦୁଇଟି ସ୍କାଡ଼ ଗଠନ କରାଯାଇଥିବା ବେଳେ ଜିଲ୍ଲା ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ସ୍ୱାଡ଼ ଗଠନ କରି ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି. ପରୀକ୍ଷା ଯପେରି ସୁପରିଚାଳିତ ଏବଂ ଶୃଙ୍ଖଳିତ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ.
Related Stories
January 18, 2025
January 18, 2025