ଭୁବନେଶ୍ୱର– ଡବଲ ମର୍ଡର ଘଟଣାରେ ଛତିଶଗଡ ପୋଲିସ୍ ଦ୍ୱାରା ଅଟକ ଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ହଟାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଶ୍ରୀ ସାଏଙ୍କୁ ତାଙ୍କ ପଦବୀରୁ ହଟାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଏକ ଡବଲ୍ ମର୍ଡର ଘଟଣାରେ ଛତିଶଗଡର ଚକ୍ରଧରନଗର ପୋଲିସ୍ ଅନୁପ ସାଏଙ୍କୁ ଅଟକ ରଖିଛି ।