ଭୁବନେଶ୍ୱର – ଏଣିକି ପ୍ରତି ସରକାରୀ ସ୍କୁଲରେ ଦିନକୁ ଦୁଇ ଥର ପ୍ରାର୍ଥନା ବୋଲାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ପୂର୍ବରୁ କିଛି ସ୍କୁଲ ଏହି ପ୍ରକ୍ରିୟାକୁ ପାଳନ କରୁଥିଲେ । ପିଲାମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଆମର ଏହି ପ୍ରଚେଷ୍ଟା । ଆଗକୁ ରାଜ୍ୟର ସବୁ ସ୍କୁଲରେ ଏହି ନିୟମ ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।