ଭୁବନେଶ୍ୱର – ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ଡଙ୍କଲପାଡୁ ଗାଁରେ ସିଲ୍କ ସିଟି ବସ୍ରେ ୧୧ କେଭି କରେଂଟ ଲାଗି ୧୦ ଜଣ ନିରୀହ ଯାତ୍ରୀଙ୍କ ମୃତୁ୍ୟ ଘଟଣାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୬ ଜଣିଆ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଛନ୍ତି ।
ଉକ୍ତ କମିଟିରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଅଧ୍ୟକ୍ଷ ଥିବା ବେଳେ ଡ. ତି୍ରନାଥ ବେହେରା, ଶମ୍ଭୁନାଥ ପାଣିଗ୍ରାହୀ, ପୀତବାସ ପଣ୍ଡା, ସ୍ୱରୂପା ତ୍ରିପାଠୀ ସଦସ୍ୟ ରହିଛନ୍ତି ଓ ବିସ୍ମୟ ମହାପାତ୍ର ଉକ୍ତ କମିଟିର ଆବାହକ ରହିଛନ୍ତି । କମିଟି ଆସନ୍ତା କାଲି (ଗୁରୁବାର) ଘଟଣାସ୍ଥଳ ପରିଦର୍ଶନ କରି ଏହାର ସବିଶେଷ ତଥ୍ୟ ଯଥାଶୀଘ୍ର ପିସିସି ସଭାପତିଙ୍କୁ ପ୍ରଦାନ କରିବାକୁ କୁହାଯାଇଛି ।
Related Stories
November 22, 2024