
ଭୁୁବନେଶ୍ୱର – ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବଜେଟ ଅଧିବେଶନରେ ଦଳର ରଣନୀତି ବିଷୟରେ ଆଲୋଚନା କରିବା ପାଇଁ ଆସନ୍ତାକାଲି (ଗୁରୁବାର)ବିଜେପିର ବିଧାୟକ ଦଳ ବୈଠକ ଅନୁÂିତ ହେବ । ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ଅପରାହ୍ନ ୧ଟାରେ ହେବାକୁ ଥିବା ଏହି ବୈଠକରେ ବିଜେପିର ସମସ୍ତ ବିଧାୟକ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କଣ ରହିବ ତାହାଉପରେ ଆଲୋଚନା କରିବେ ବୋଲି ବିରୋଧୀ ଦଳର ସଚେତକ ମୋହନ ମାଝି ଏକ ପ୍ରେସ ବିବୃତିରେ କହିଛନ୍ତି ।