ଭୁବନେଶ୍ୱର – ଗଂଜାମ ଜିଲ୍ଲାରେ ହାଇ ଭୋଲଟେଜ ତାର ବସ ସହ ସ୍ପର୍ଶ କରିବା କାରଣରୁ ହୋଇଥିବା ଦୁର୍ଘଟଣା ମାମଲାରେ ଶକ୍ତି ବିଭାଗକୁ ଦୋଷ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା ।
ଲୋକସେବା ଭବନ ଠାରେ ସାମ୍ବାଦିକ ମାନଙ୍କ ଏସମ୍ପର୍କିତ ପ୍ରଶ୍ନର ଉତର ଦେଇ ଶ୍ରୀ ବେହେରା କହିଛନ୍ତି ଯେ ଗତକାଲି ପରିବହନ ବିଭାଗର ଏକ ଟିମ ଦୁର୍ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ସେ ନିଜେ ମଧ୍ୟ ବ୍ୟକ୍ତିଗତ ଭାବେ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ । ଯାଂଚ ରିପୋର୍ଟ ଆମର ହସ୍ତଗତ ହୋଇଛି । ରିପୋର୍ଟର ଅନୁଧ୍ୟାନ କରାଯିବ ଏବଂ କାର୍ଯ୍ୟାନୁÂାନ ନିଆଯିବ । ତେବେ ପ୍ରାଥମିକ ଭାବେ ଶକ୍ତି ବିଭାଗ ହିଁ ଏହି ଦୁର୍ଘଟଣା ପାଇଁ ଦାୟୀ ।
ଉଲ୍ଲେଖନୀୟ ଯେ ଗତ ରବିବାର ଦିନ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଛକ ଠାରେ ସିଲକ ସିଟି ନାମକ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସମ୍ପର୍କରେ ଆସିବା ଫଳରେ ଦଶ ଜଣ ପ୍ରାଣ ହରାଇଥିଲେ ।