ଭୁବନେଶ୍ୱର – ଆଗାମୀ ବଜେଟର ୫୦ ପ୍ରତିଶତ ଅର୍ଥାତ ୭୫ ହଜାର କୋଟି ଟଙ୍କା ଚାଷୀ ମାନଙ୍କ ପାଇଁ ବ୍ୟୟବରାଦ କରିବା ଓ ଅନ୍ୟାନ୍ୟ ଦାବିକୁ ରାଜ୍ୟ ସରକାର ନ ମାନିଲେ ଆଗାମୀ ମଇ ମାସ ୨୬ ତାରିଖରୁ ନବ ନିର୍ମାଣ କୃଷକ ସଂଗଠନ ନିର୍ଣାୟକ ଲଢେଇ ଲଢିବ ବୋଲି କହିଛନ୍ତି ସଂଗଠନର ଆବାହକ ଅ କ୍ଷୟ କୁମାର । ଗୁରୁବାର ଦିନ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର ଏହି ଚେତାବନୀ ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ଚାଷୀ ମାନଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ଆଗାମୀ ବଜେଟର ୫୦ ପ୍ରତିଶତ ଅର୍ଥାତ ୭୫ ହଜାର କୋଟି ଟଙ୍କା ଚାଷୀ ମାନଙ୍କ ପାଇଁ ବ୍ୟୟବରାଦ କରିବାକୁ ଆମେ ଦାବି କରୁଛୁ । ନିର୍ଦିଷ୍ଟ ଭାବରେ ୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷ ବୟସରୁ ମାସିକ ପେନସନ ପାଂଚ ହଜାର ଟଙ୍କା ହିସାବରେ ୨୧ ହଜାର ୬ ଶହ କୋଟି ଟଙ୍କା ବ୍ୟୟବରାଦ କରିବାକୁ ସଂଗଠନ ଦାବି କରୁଛି । ସେହିପରି ଶିକ୍ଷା କ୍ଷେତ୍ରରେ ଶିକ୍ଷକ, ଅଧ୍ୟାପକ ମାନଙ୍କ ଉପରେ ଉତରଦାୟିତ୍ୱ ନ୍ୟସ୍ତ କରା ଯିବା ସହ ଶିକ୍ଷାର ଗୁଣାତ୍ମକ ମାନ ଓ ନିଶ୍ଚିତ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉ ବୋଲି ସେ କହିଛନ୍ତିା ଚିଟ ଫଣ୍ଡ ଠକେଇର ଶୀକାର ହୋଇଥିବା ବ୍ୟକ୍ତିଙ୍କ ଅର୍ଥ ତୁରନ୍ତ ସରକାର ଫେରସ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି ।