ଭୁବନେଶ୍ୱର– ଢେଙ୍କାନାଳ ଜିଲ୍ଲାର କପିଳାସ ରାସ୍ତାର ଭଗବାନପୁର ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବୁଧବାର ବିଳମ୍ବିତ ରାତ୍ରୀରେ ଆମ୍ବୁଲାନ୍ସରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଏହା ଏକ ବିଦ୍ୟୁତ ଖୁଂଟିରେ ପିଟି ହୋଇଥିଲା ।ଡ୍ରାଇଭର ଓ ରୋଗୀ ଅଳ୍ପକେ ବର୍ତି ଯାଇଥିବା ବେଳେ ଆମ୍ବୁଲାନ୍ସ ହେଲ୍ପର୍ ଆହତ ହୋଇଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ଆମ୍ବୁଲାନ୍ସଟି ଯୋରନ୍ଦା ମହିମା ଗାଦିରୁ ଜଣେ ମହିମା ସନ୍ୟାସୀଙ୍କୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଉଥିଲା । କପିଳାସ ରାସ୍ତାର ଭଗବାନପୁର ନିକଟରେ ଗାଡ଼ିର ଷ୍ଟିଅରିଙ୍ଗ୍ ଫେଲ୍ ହେବାରୁ ତାହା ଏକ ବିଦ୍ୟୁତ୍ ଖୁଂଟରେ ପିଟି ହୋଇଯାଇଥିଲା । ଫଳରେ ବିଦ୍ୟୁତ୍ ଖୁଂଟି ଦୁଇ ଗଡ ହୋଇଯାଇଥିବା ବେଳେ ରାସ୍ତାରେ ୧୧ କେଭି ବିଦ୍ୟୁତ୍ ତାର ବିଛାଇ ହୋଇପଡିଥିଲା ।
ଏହି ଆମ୍ବୁଲାନ୍ସର ଡ୍ରାଇଭର କହିଛନ୍ତି ଯେ ହଠାତ୍ ଆମ୍ବୁଲାନ୍ସର ଷ୍ଟିଅରିଙ୍ଗ ଫେଲ୍ ହେବାରୁ ବିଦ୍ୟୁତ୍ ଖୁଂଟରେ ତାହା ପିଟି ହୋଇଯାଇଥିଲା । ଆମ୍ବୁଲାନ୍ସରେ ଥିବା ହେଲପରରଙ୍କ ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।