ଭୁବନେଶ୍ୱର – ବ୍ରହ†ପୁରରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଉଦ୍ୟମ ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଦଳର ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ଜଣେ ବିଜେଡି ନେତ୍ରୀ, ସାଧାରଣ ଲୋକ ନୁହେଁ ଯଦି ସେ ହତୋତ୍ସାହିତ ହେଉଛନ୍ତି ତାହାଲେ ସାଧାରଣ ଲୋକଙ୍କ କଥା କଣ କହିବା । ବିଜେଡି ନେତ୍ରୀ ଆତ୍ମାହୁତି ଦେଉଛନ୍ତି ହେଲେ ବିଜେଡି ଚୁପ୍ । ସେ ମୋ ସରକାର ଓ ୫- ଟିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
ସେ କହିଛନ୍ତି ଯେ ଏହି ମାମଲାରେ ବିଜେଡି ନେତ୍ରୀ ମାନେ କୁଆଡେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ନିନ୍ଦନୀୟ ଏହା ଉପରେ ମୁଖ୍ୟମନତ୍ରୀ ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି ।ସେ କହିଛନ୍ତି ଯେ ପାର୍କିଂ କୁ ନେଇ ଦୁଇଗୋÂୀ ମାରପିଟ୍ ହୋଇଥିଲା ଓ ପୋଲିସ ତାଙ୍କ ପୁଅକୁ ଆରେଷ୍ଟ କଲା ବ୍ରହ୍ମପୁର ଏସ୍ ପି ଙ୍କୁ ଭେଟିବାକୁ ଯାଇଥିଲେ ପୁଅକୁ ମୁକୁଳାଇବା ସମ୍ପର୍କରେ ଆ ।ଲୋଚନା କରିବାକୁ ମାତ୍ର ଏସ୍ ପି ଭେଟିଲେନି । ହତୋତ୍ସାହିତ ହେଇ ଏଭଳି ପଦକ୍ଷେପ ନେଲେ ଏଥିଲାଗି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ ବିଜେଡିର ଦୁଇଟି ଗୋÂୀ ମାରପିଟ୍ ରେ ସାମିଲ୍ ଥିଲେ, ତେଣୁ ପୋଲିସ୍ କାହାକୁ ସପକ୍ଷ କରିବ ସେଥିନେଇ ବୋଧେ ଦ୍ୱନ୍ଦ୍ୱ ଦେଖାଦେଇଥିବ ବୋଲି ସେ କହିଛନ୍ତି ।