ଭୁବନେଶ୍ୱର- ପୂର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏ ଗିରଫ ହୋଇଛନ୍ତି । ଏକ ଡବଲ୍ ମର୍ଡର ମାମଲାରେ ଛତିଶଗଡ଼ର ରାୟଗଡ଼ ପୋଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗତକାଲି ରାତିରେ ପୋଲିସ୍ ତାଙ୍କୁ ଘରୁ ଉଠାଇ ନେଇ ପଚରାଉଚରା ଜାରି ରଖିଥିଲା । ଗୁରୁବାର ତାଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ଯେ ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା । ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା । ଛତିଶଗଡ଼ ପୋଲିସ୍ ମୃତଦେହ ଜବତ କରି ତଦନ୍ତ କରିଥିଲା । ଏହାକୁ ନେଇ ଛତିଶଗଡ ପୋଲିସ୍ ବିଭିନ୍ନ ଥାନାରେ ତଦନ୍ତ କରିଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନେ୍ଦହ କରି ଛତିଶଗଡ଼ ପୋଲିସ୍ ଅନୁପ ସାଏଙ୍କୁ ଗିରଫ କରିଛି ।
ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ୍ ରେ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ସେ ବିଜେଡିରେ ଯୋଗ ଦେଇଥିଲେ ।