ଭୁବନେଶ୍ୱର – ଭାଇରାଲ୍ ହୋଇଥିବା ମାଟ୍ରିକ୍ ପରୀକ୍ଷା ଆଡମିଟ୍ କାର୍ଡ ଗୁଡିକ ଫେକ୍ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।
ବାରିପଦା ଓ ଆସିକାରେ ପରୀକ୍ଷା ଆଡମିଟ୍ କାର୍ଡ ଭାଇରାଲ ହେବା ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ବୋର୍ଡକୁ ବଦନାମ କରିବାକୁ ଏଗୁଡିକୁ ଭାଇରାଲ୍ କରାଯାଇଛି । ଏଥିରେ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷଙ୍କ ଦସ୍ତଖତ ନାହିଁ । ସମସ୍ୟା ହେଲେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଯଦି କିଛି ତ୍ରୁଟି ହୋଇଥାଏ ସୁଧାର ଅଣାଯିବ । ମାତ୍ର କୌଣସି ପିଲା ପରୀକ୍ଷାରୁ ବାଦ୍ ପଡିବେନି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।